• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ପିପିଲି: ପିପିଲି ଉପନିର୍ବାଚନ ପାଇଁ କମର କସୁଛନ୍ତି ରାଜନୈତିକ ଦଳ। ପ୍ରାର୍ଥୀ ଘୋଷଣା ପରେ ନିର୍ବାଚନମଣ୍ଡିଳ ପରିବେଶ ସରଗରମ। ରାଜ୍ୟ ରାଜନୀତିରେ ବି ଦେଖା ଦେଇଛି ଚାପା ଗୁଞ୍ଜରଣ। ଏସବୁ ଭିତରେ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଶେଷ ଦିନରେ ନୋମିନେସନ ଦାଖଲ କରିବେ ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ।

ବିଜେଡି ପ୍ରାର୍ଥୀ ମନୋନୀତ କରିଛି ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ। ସେହିପରି  କଂଗ୍ରେସ ପ୍ରାର୍ଥୀ କରିଛି ଅଜିତ ମଙ୍ଗରାଜଙ୍କୁ । ଉଭୟ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ । ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନାମାଙ୍କନ ଦାଖଲ କରିସାରିଛନ୍ତି।

ଏପଟେ ଉପନିର୍ବାଚନକୁ ନେଇ ଏବେଠୁ ଆରମ୍ଭ ହୋଇଛି ତିନି ପ୍ରମୁଖ ଦଳଙ୍କ ମଧ୍ୟରେ ହାରଜିତର ଅବଗଣନା । ମହାରଥୀଙ୍କ ଗଡ଼ରେ ଦଳ ଶାସନ ଗାଦି ବଜାୟ ରଖିବ ବୋଲି ନିଶ୍ଚିତ ଅଛି ବିଜେଡି । ରାଜ୍ୟରେ ବିଜେଡି ଶାସନର ମୂଳଦୂଆ ପଡ଼ିବା ପରଠୁ ଏଠି ବି ଲଗାତର ମହାରଥୀ ଶାସନ ଚାଲିଛି। ନବୀନଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ବଡ଼ ପଦରେ ମନ୍ତ୍ରୀ ବି ହୋଇଛନ୍ତି ମହାରଥୀ।

ସେପଟେ ଆଶ୍ରିତଙ୍କୁ ନେଇ ଜିତିବାର ଆଶା ବାନ୍ଧିଛି ବିଜେପି । ୨୦୧୯ ନିର୍ବାଚନରେ ମଧ୍ୟ ବିଜେପି ଆଶ୍ରିତଙ୍କୁ ପ୍ରାର୍ଥୀ କରିଥିଲା। ସେତେବେଳେ ସେ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲେ। ସେ ସମୟରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ।

ତେଣେ ପିପିଲିରେ ବିକାଶ ଓ ଶାନ୍ତି ପ୍ରତିଷ୍ଠାକୁ ବିଜେପି ମୁଦ୍ଦା କରିଥିବା ବେଳେ ଅର୍ଥବଳ ବିନା ନୀତି ଆଦର୍ଶରେ ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ । ଏବେ ପୁରୀ ଜିଲ୍ଲା କଂଗ୍ରେସର ସଭାପତି ଥିବା ଅଜିତଙ୍କୁ ପ୍ରାର୍ଥୀ କରି ଦୁଇ ଦଳ ବିଜେପି-ବିଜେଡିକୁ ଟକ୍କର ଦେବାକୁ ଆଶା ବାନ୍ଧିଛି କଂଗ୍ରେସ । ଏପ୍ରିଲ ୧୭ରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ । ଆଜି କଂଗ୍ରେସ ଓ ବିଜେଡି ନାମାଙ୍କନ ପତ୍ର ଦାଖଲ କରି ସାରିବା ପରେ  ମୈଦାନରେ ଆରମ୍ଭ ହେବ ଅସଲ ଲଢେଇ ।

Pipili-bypoll-bjd-and-bjp-candidates-will-filed-their-nomination-today
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories