ବାଇକରେ ବୋମା ଧରି ଯିବା ବେଳେ ବିସ୍ଫୋରଣ

ଖଲିକୋଟ: ବାଇକରେ ବୋମା ଧରି ଯିବା ବେଳେ ବିସ୍ଫୋରଣ। ଏହି ଘଟଣା ଘଟିଛି ଖଲିକୋଟ ଥାନା ନିର୍ମଳଝର ଛକରେ। ସୂଚନା ଅନୁସାରେ, ଖଲିକୋଟ ଥାନା ନିର୍ମଳଝର ଛକରେ ଦୁଇ ବାଇକ୍‌ ଆରୋହୀ ବୋମା ନେଇ ଯାଉଥିଲେ। ବାଇକ ଚକା ସ୍ଲିପ୍ କରିଯିବାରୁ ତଳେ ପଡ଼ି ଯାଇଥିଲା। ଆଉ ସେହି ସ୍ଥାନରେ ହିଁ ବୋମା ବିସ୍ଫୋରଣ ହୋଇଥିଲା।

ବାଇକ ପଛରେ ବୋମା ଧରି ବସିଥିବା ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକଙ୍କ ଗୋଟିଏ ହାତ ଉଡ଼ିଯିବା ସହ ତାଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଛି। ବାଇକ ଚଳାଉଥିବା ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଉଭୟ ଯୁବକ ବୋମା ଧରି କୁଆଡ଼େ ଯାଉଥିଲେ ତାହା ଜଣାପଡ଼ିନି।

You might also like