ଭୁବନେଶ୍ୱର: ଟୁଇନ ସିଟିରେ ଗଣେଶ ପୂଜା ପାଇଁ ମାମଲା। ଟୁଇନ୍ ସିଟିରେ ଗଣେଶ ପୂଜା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଛି। ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ବୁଢ଼ା ଗଣେଶ ପୂଜା କମିଟି ସଭାପତି ଶିବେନ୍ଦ୍ର ହାତ। ମୁଖ୍ୟ ସଚିବ, SRC, ପୋଲିସ କମିଶନରଙ୍କୁ ପକ୍ଷଭୁକ୍ତ କରି ମାମଲା ହୋଇଛି।
କଟକ ଜିଲ୍ଲାପାଳ, ଡିସିପି, ସିଏମସି କମିଶନରଙ୍କୁ ପକ୍ଷଭୁକ୍ତ କରି ମାମଲା ହୋଇଛି। ଟୁଇନ ସିଟିର ସମସ୍ତ ପୂଜା ମଣ୍ଡପରେ ଗଣେଶ ପୂଜା ପାଇଁ ଅନୁମତି ଅପିଲ କରିଛନ୍ତି। ଟୁଇନ ସିଟିରେ ମଣ୍ଡପରେ ଗଣେଶ ପୂଜା ବାରଣ କରିଛି କମିଶନରେଟ ପୋଲିସ।
ଖୋର୍ଦ୍ଧା ଜିଲ୍ଲାରେ ସର୍ବସାଧାରଣ ସ୍ଥାନ ଓ ଅନୁଷ୍ଠାନରେ ଗଣେଶ ପୂଜା ହୋଇପାରିବନି। କରୋନା ସଂକ୍ରମଣ ବୃଦ୍ଧି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି।