ସାଙ୍ଗ ହୋଇ ଯାଇଥିଲେ, ଆଉ ଫେରିଲେନି

ରାଉଲକେଲା: ପିକ୍‌ନିକ୍‌ କରିବାରୁ ଯାଇଥିଲେ ୪ ସାଙ୍ଗ। କିନ୍ତୁ ସାମାନ୍ୟ ଅସାବଧାନତା କେବଳ ଯେ ଖୁସି ଛଡ଼ାଇନେଲାନି ବରଂ ଜୀବନ ନେଇଗଲା। ନଦୀକୁ ଗାଧୋଇବାକୁ ଯାଇ ବୋତଲରେ ଖେଳୁଥିଲେ। ଆଉ ଚାଲିଗଲା ଜୀବନ। ୨ ଜଣକ ମୃତଦେହ ମିଳିଥିବା ବେଳେ ଆଉ ଜଣଙ୍କ ପତ୍ତା ମିଳୁନି। ଏଭଳି ଘଟଣା ଘଟିଛି ରାଉଲକେଲାରେ।  ୩ ଜଣ ଛାତ୍ର ରାଉଲକେଲାର ଝିରିପାଣିକୁ ପିକନିକ୍‌ରେ ଯାଇଥିଲେ। ଏହି ଅବସରରେ ସେମାନେ କୋଏଲ ନଦୀରେ ଗଧୋଇବାକୁ ଯାଇଥିବା ବେଳେ ନଈ ସୁଅରେ ଭାସିଯାଇଥିଲେ। ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି ୨ ଜଣଙ୍କର ପତ୍ତା ମିଳୁନି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଖୋଜାଖୋଜି ଚଳାଇଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଏହି ୪ ଜଣ ସାଙ୍ଗରେ ପାଣିରେ ପଶି ବୋତଲ ଖେଳ ଖେଳୁଥିଲେ। ପାଣିରେ କିଏ କେତେ ବାଟକୁ ବୋତଲ ଫୋପାଡ଼ି ପାରୁଛି ଓ ବୋତଲକୁ କିଏ କେତେ ଶୀଘ୍ର ଆଣିପାରୁଛି ସେ ନେଇ ପ୍ରତିଯୋଗିତା ଚାଲୁଥିଲା। ଏହି ସମୟରେ ବୋତଲକୁ ଆଣିବାକୁ ଯାଇ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ତେବେ ସାଙ୍ଗମାନେ ପହଁରା ଜାଣିନଥିବାରୁ ପ୍ରଖର ସୁଅରେ ଭାସିଯାଇଥିଲେ। ଜଣେ ବ୍ୟକ୍ତି ଓ ସ୍ଥାନୀୟ ଲୋକ ଭାସିଯାଉଥିବା ଜଣେ ଛାତ୍ରକୁ ଉଦ୍ଧାର କରିଥିଲେ। କିନ୍ତୁ ନଦୀରେ ଚୋରାବାଲି ଥିବାରୁ ଅନ୍ୟମାନଙ୍କୁ ଉଦ୍ଧାର କରିବା ଅସମ୍ଭବ ହୋଇପଡ଼ିଥିଲା।

You might also like