• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲାରେ ଜଣେ ପୁଲିସ୍‌ କନଷ୍ଟେବଲ୍‌ଙ୍କ ଉପରେ ଏକ କୋଇଲା ବୋଝେଇ ପିକ୍ଅପ୍ ଭ୍ୟାନ୍‌ ଚଢ଼ିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ରଜତ ପାଣିଗ୍ରାହୀ। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେ ସାରବଙ୍ଗ ଫାଣ୍ଡିର କନଷ୍ଟେବଲ୍‌।

ଆଜି ଭୋର ୫ଟାରୁ ସାଢ଼େ ୫ଟା ମଧ୍ୟରେ ରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଏରଡ଼ା ନିକଟରେ କୋଇଲା ଚୋରା ଚାଲାଣ ହେଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ଅଟକାଇବାକୁ ରଜତ ଚେଷ୍ଟା କରୁଥିଲେ। ଏହି ସମୟରେ ଗାଡ଼ିଟି ତାଙ୍କୁ ଧକ୍କା ଦେବା ସହ ତାଙ୍କ ଉପରେ ଚଢ଼ି ଯାଇଥିଲା। ଏହାପରେ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା।

ଆହତ ରଜତଙ୍କୁ ପ୍ରଥମେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଫେରାର୍ ହୋଇଯାଇଥିବା ବେଳେ ପୁଲିସ୍ ତାଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

Pick-up-van-rams-into-police-constable
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories