ବାର୍ଦ୍ଧକ୍ୟରେ ସବୁ ଆଶ୍ରା ହରାଇ ବୁଲୁଥିଲେ ଫୁଲମତୀ, ସେଥିପାଇଁ ତଳୁ ଗୋଟାଇ ଭୋକ ମେଣ୍ଟାଉ ଥିଲେ

ମାଲକାନଗିରି: ଭାଇରାଲ ଭୋକର ଭୟାନକ୍ କାହାଣୀ ଶେଷରେ ପ୍ରଶାସନ ପାଖରେ ପହଞ୍ଚିଛି। ।  ଏକଥା ଜାଣିବ ପରେ ତତ୍ପର ହୋଇ ପଡ଼ିଛି ମାଲକାନଗିରି ପ୍ରଶାସନ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ବୃଦ୍ଧା ଫୁଲମତିକୁ ଉଦ୍ଧାର କରିଛନ୍ତି। ଫୁଲମତି ନିଜର ଦୁଃଖ କହିଛି।

ଗତକାଲି ଏକ ଭିଡିଓ ଭାଇରାଲ ହୋଇଥିଲା।  ଭିଡିଓରେ ଦେଖିବାକୁ ମିଳିଥିଲା, ଜଣେ ୭୦ ବର୍ଷ ବୟସ୍କା ବୃଦ୍ଧା ତଳୁ ତରକାରୀ ଗୋଟାଇ ଖାଉଥିଲେ। ଦେହର ପଞ୍ଜରା ହାଡ଼ ଗଣି ହୋଇ ଯାଉଥିଲା।   ଯେମିତି ଖାଇବା ବିନା ପାଦେ ଚାଲି ପାରିବେ ନାହିଁ।

ଭିଡଓରୁ ଜଣାପଡ଼ୁଥିଲା, ବୃଦ୍ଧାଙ୍କୁ କେହି ଜଣେ ଟିଫିନ ଦେଇଥିଲେ।  ଆଉ ସେହି ଟିଫିନକୁ ଧରି ସେ ଧିରେ ଧିରେ ଚାଲୁଥିବା ବେଳେ ହଠାତ ରାସ୍ତା ଉପରେ ତାଙ୍କ ହାତରୁ ପଲିଥିନଟି ଖସି ପଡିଥିଲା । ତରକାରୀ ଜରିଟି ଖସିପଡିବା ଫଳରେ ସବୁ ତରକାରୀ ରାସ୍ତାରେ ବିଛେଇ ହୋଇଯାଇଥିଲା । ବହୁ କଷ୍ଟରେ ପାଇଥିବା ଗୋଟିଏ ଓଳିର ଖାଇବା ରାସ୍ତାରେ ପଡ଼ିଥିବା ଦେଖି ତଳେ ବସି ପଡ଼ିଥିଲେ ମହିଳା । ଭୋକ ବିକଳରେ ବୃଦ୍ଧା ଜଣକ ତଳୁ ତରକାରୀ ଗୋଟାଇ ଖାଉଥିବାର ସେ ଦୃଶ୍ୟ ବେଶ କରୁଣ ଥିଲା।

ସେ ଠିକ ଭାବେ କଥା କହିପାରୁନଥିବା ବେଳେ ନିଜ ନାମକୁ ମଧ୍ୟ ସେ ସ୍ପଷ୍ଟ କହିପାରୁନଥିଲେ । ତାଙ୍କର ଘର କେଉଁଠି, ନିଜର କିଏ ଅଛି ନା ନାହିଁ, ସେ ସମ୍ପର୍କରେ ମଧ୍ୟ ଜଣାପଡ଼ିନାହିଁ ।

ଭିଡିଓଟି ଭାଇରାଲ ହେବା ପରେ ଚର୍ଚ୍ଚାକୁ ଆସିଥିଲା। ପରେ ତାକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଜଣାପଡ଼ିଥିଲା, ବୃଦ୍ଧାଙ୍କୁ ଗତ ୨ ମାସ ହେବ ବାର୍ଦ୍ଧକ୍ୟ ଭତ୍ତା ମିଳିନାହିଁ। ଆଧାର କାର୍ଡ ପାଇଁ ତାଙ୍କ ଆଇରିସ୍ ଓ ଫିଙ୍ଗରପ୍ରିଣ୍ଟ ମ୍ୟାଚ କରି ନ ଥିଲା। ତେଣୁ ସେ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି।

ବାର୍ଦ୍ଧକ୍ୟ ଯୋଗୁ କାମ କରିପାରୁ ନାହାନ୍ତି। ଦୁଇ ଓଳି ଦୁଇ ମୁଠା ଖାଦ୍ୟ ସଂଗ୍ରହ ପାଇଁ ତାଙ୍କ ପାଖେ ସମ୍ବଳ ନାହିଁ। ତେଣୁ ସେ ବୁଲି ବୁଲି ଖାଦ୍ୟ ମାଗି ଖାଉଛନ୍ତି। ଫୁଲମତି କହିଛନ୍ତି, ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି। ଉଭୟେ  ବିବାହିତ। ତାଙ୍କ ପୁଅ ଲକ୍ଷ୍ମୀକାନ୍ତ ମୂଲ ଲାଗି ଚଳନ୍ତି। ଘଟଣା ସମ୍ପର୍କରେ ଲକ୍ଷ୍ମୀଧର ଜାଣିବା ପରେ ସେ ଖୁବ୍‌ ଲଜ୍ଜିତ ବୋଲି କହିଛନ୍ତି।

You might also like