ଗୁଜବର ପର୍ଦ୍ଦାଫାସ୍‌; ପୁରୀ ଯୁବରାଜ ନୁହଁନ୍ତି, ବରଂ ସେ…

ପୁରୀ: ପୁରୀର ନୂଆ ଯୁବରାଜ ଭାବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେଉଥିବା ଖବର ସମ୍ପୂର୍ଣ୍ଣ ଭୁଲ୍। ଏନେଇ ସୋଶାଲ୍‌ ମିଡିଆରେ ଯେଉଁ ଫଟୋ ପୋଷ୍ଟ କରି ଖବରଟିକୁ ଭାଇରାଲ୍ କରାଯାଇଛି ତାହା ପ୍ରକୃତରେ ନୀଳଗିରିର ଯୁବରାଜ ଟିକାୟତ୍ ଜନ୍ମେଜୟ ମର୍ଦ୍ଦରାଜଙ୍କର ନିର୍ବନ୍ଧ ଉତ୍ସବ ଫଟୋ। ଏହି ଫଟୋଟି ୨୦୧୬ ମସିହାର।

ଫଟୋରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏବଂ ନୀଳଗିରିର ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ବି ଉପସ୍ଥିତ ଅଛନ୍ତି।

କିଛି ବ୍ୟକ୍ତି ସୋଶାଲ୍‌ ମିଡିଆରେ ଏହି ଫଟୋକୁ ପୋଷ୍ଟ କରି ସେଥିରେ ପୁରୀର ନୂଆ ଯୁବରାଜ ବୋଲି ଉଲ୍ଲେଖ କରିଥିଲେ। ଯାହାକି ସମ୍ପୂର୍ଣ୍ଣ ମିଥ୍ୟ॥ ଏ ନେଇ ଶ୍ରୀନଅର ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ନୀଳଗିରି ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ କହିଛନ୍ତି, ‘ଫଟୋଟି ୨୦୧୬ ମସିହାର। ମୋ ପୁଅ ନିର୍ବଦ୍ଧ ସମୟରେ ଉଠା ଯାଇଥିଲା। କେହି ବଦମାସୀ କରି ଏଭଳି କରିଛି‘।

You might also like