• translate
Chandan Shishu

ଭୁବନେଶ୍ୱର: କରୋନା ସଙ୍କଟ ସମୟରେ ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ। ପେଟ୍ରୋଲ ଦର ୩ ଟଙ୍କା ୧୧ ଓ ଡିଜେଲ ୧ଟଙ୍କା ୦୩ ପଇସାକୁ ବୃଦ୍ଧି କରାଯାଇଛି। ପେଟ୍ରୋଲ, ଡିଜେଲ ଉପରେ ଭାଟ ବଢାଇଲେ ରାଜ୍ୟ ସରକାର। ଆଜି ମଧ୍ୟରାତ୍ରୀରୁ ଏହି ନୂଆ ଦର ଲାଗୁ ହେବ।

ଡିଜେଲ ଉପରେ ଭାଟ୍‌ ୨୬%ରୁ ୨୮%କୁ ବଢ଼ିଥିବା ବେଳେ ପେଟ୍ରୋଲ ଉପରେ ଏହା ୨୬ରୁ ୩୨% ବଢ଼ିଛି। ଦର ବଢ଼ିବା ପରେ ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ଲିଟର ପିଛା ୩ଟା ୧୧ ପଇସା ଓ ଡିଜେଲ ଦର ୧ ଟଙ୍କା ୦୩ ପଇସା ଅଧିକ ମହଙ୍ଗା ହେବ। ଏବେ ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ୭୧.୬୯ ପଇସା ଓ ଡିଜେଲ୍‌ ୬୭.୭୩ ଟଙ୍କା ହେବ।

ସୂଚନା ଯୋଗ୍ୟ, ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି କରିଥିଲେ। ‘କରୋନା’ ବିପତ୍ତି ଯୋଗୁ ଲୋକମାନେ ଦୁର୍ଦ୍ଦଶାରେ ଚଳୁଛନ୍ତି। ତେବେ ତୈଳଦର ବୃଦ୍ଧି ସାଧାରଣ ଲୋକଙ୍କୁ ଆହୁରି ବୋଝ ପକାଇବ।

Other Stories