ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ପେଟ୍ରୋଲିୟମ ମନ୍ତ୍ରାଳୟ ଅଧିକାରୀଙ୍କ ତଦନ୍ତ

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଘଟଣାସ୍ଥଳରେ ପେଟ୍ରୋଲିୟମ ମନ୍ତ୍ରାଳୟ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି। ମନ୍ତ୍ରାଳୟର ଦୁଇ ବରିଷ୍ଠ ଅଧିକାରୀ ପେଟ୍ରୋଲ ପମ୍ପ ତଦନ୍ତ କରୁଛନ୍ତି।ପେଟ୍ରୋଲିୟମ ମନ୍ତ୍ରାଲୟର ଦୁଇ ଅଧିକାରୀ କର୍ମଚାରୀଙ୍କୁ ପଚରାଉଚରା କରୁଛନ୍ତି।

ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ନିଖୋଜ ହୋଇଥିଲେ। ପୋଲିସ କମିଶନରେଟ୍ ନିଜ ଆଡୁ ଏତଲା କରିଥିଲା। ଘଟଣାକୁ ନେଇ ଏକ ଅପରାଧିକ ମାମଲା ରୁଜୁ କରାଯାଇଥିଲା। ତା ସହିତ ରାଜ୍ୟ ଫୋରେନସିକ୍ ଲ୍ୟାବ୍ ଟେକ୍ନିସିଆନ ତଦନ୍ତ କରିଥିଲେ।

ବିସ୍ଫୋରଣ ଘଟଣାରେ ମୃତାହତ, ଗୁରୁତର ଆହତ ଓ ଆହତଙ୍କ ପ୍ରତି ସହାୟତା ରାଶି ଘୋଷଣା ହୋଇଛି। IOCL ଘୋଷଣା କରିଥିବା ସହାୟତା ରାଶି ଅନୁସାରେ, ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ ଟଙ୍କା ସହାୟତା, ସେହିପରି ଗୁରୁତର ଆହତଙ୍କୁ ୪ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ ବୋଲି , IOCL  ଘୋଷଣା କରିଥିଲା।

You might also like