• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ମାଲକାନଗିରି କଥା ଶୁଣି ଯାହା ଶଙ୍କା ଥିଲା, ସେୟା ହେଲା । ଭୁବନେଶ୍ୱର-କଟକରେ ବି ଶହେ ଟପିଗଲା ପେଟ୍ରୋଲ୍ । ମହଙ୍ଗା ମାଡ଼ରେ ଜନତା ଆକ୍ତାମାକ୍ତା ହେଉଥିବା ବେଳେ କ୍ରମାଗତ ତୈଳ ଦର ବୃଦ୍ଧି ସିଧା ସେମାନଙ୍କ ପକେଟ୍‌କୁ ମାଡ଼ କରିଛି । ଅନେକ ସ୍ଥାନରେ ଲୋକେ ଖୁଲମଖୁଲା ଅସନ୍ତୋଷ ପ୍ରକାଶ କଲେଣି ।

ରାଜଧାନୀ ଭୁବନେଶ୍ୱରରେ ଶହେ ଟଙ୍କା ଟପିଗଲା ପେଟ୍ରୋଲ । ତାଳ ଦେଇ କଟକ, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ବି ଶହେ ପାର୍ ଦର । ଏଣେ ଗାଡ଼ିରେ ତେଲ ପକାଇଲା ବେଳକୁ ଗ୍ରାହକଙ୍କ କାନମୁଣ୍ଡା ଝାଇଁ ଝାଇଁ । ସରକାରଙ୍କ ଉପରେ ରୋଷ ବି କିଛି କମ୍ ନୁହେଁ । ସେମାନଙ୍କ ଅଭିଯୋଗ ଏମିତି ତ ଲକଡାଉନ୍-ସଟଡାଉନ୍ ଯନ୍ତ୍ରଣା । ସାଙ୍ଗକୁ ମହଙ୍ଗା ମାଡ଼ରେ ଜନତା ଦେଢ଼ ବର୍ଷ ହେଲା ଜୁଝୁଛନ୍ତି । ଆଉ ସେତେବେଳେ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି ସେଞ୍ଚୁରୀ ପାର୍ ପେଟ୍ରୋଲ୍ ।

ଆଜି ବିଭିନ୍ନ ଆଡ଼ୁ ସଂଗୃହୀତ ତଥ୍ୟ ଅନୁସାରେ ଭୁବନେଶ୍ୱରରେ ପେଟ୍ରୋଲ୍ ୧୦୦ ଟଙ୍କା ୦୧ ପଇସା ଛୁଇଁଥିବା ବେଳେ କଟକରେ ୧୦୦ ଟଙ୍କା ୨୭, ସମ୍ବଲପୁରରେ ୧୦୦ଟଙ୍କା ୫୧ ଓ ବ୍ରହ୍ମପୁରରେ ୧୦୦ଟଙ୍କା ୨୯ ପଇସାରେ ପହଞ୍ଚିଛି । ରାଜଧାନୀରେ ୧୦୧ଟଙ୍କା ପାର୍ ପେଟ୍ରୋଲ ଲିଟରର ମୂଳଦର ୪୦ଟଙ୍କା ୪୧ ପଇସା ଥିବା ବେଳେ ଏଥିରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମିଶିଛି ୩୨ଟଙ୍କା ୯୦ ପଇସା । ସେହିପରି ରାଜ୍ୟ ଭାଟ୍ ଆକାରରେ ୨୩ଟଙ୍କା ୪୦ ପଇସା ଗ୍ରାହକଙ୍କୁ ଦେବାକୁ ପଡୁଥିବା ବେଳେ ଡିଲର କମିଶନ ରହିଛି ୩ଟଙ୍କା ୩୦ ପଇସା । ତେଣୁ ପକେଟ୍‌କୁ ପେଟ୍ରୋଲ ରେଟ୍ ସାଂଘାତିକ ବାଧୁଥିବା କହି କେହି କେହି ଗ୍ରାହକ ରାଗରେ ବ୍ୟାଟେରି ଗାଡ଼ି କିଣିବେ ବୋଲି ବି କହିଲେଣି ।

ଏଣେ ଶହେ ଶହେ ରେଟ୍‌ରେ ଦୌଡୁଥିବା ପେଟ୍ରୋଲକୁ ପଛେ ପଛେ ଗୋଡେଇଛି ଡିଜେଲ୍ । ଲିଟର ପିଛା ମାତ୍ର ୩ଟଙ୍କାର ଫରକ୍ । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ଡିଜେଲ୍ ଲିଟର ପିଛା ୯୭ ଟଙ୍କା ଉପରେ ରହିଛି ।

ତେବେ କଣ ପାଇଁ ଏମିତି ବେଲଗାମ୍ ତୈଳ ଦର ? ବିଶେଷଜ୍ଞଙ୍କ ମତରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି, ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଓ ବର୍ଦ୍ଧିତ ଟିକସ କାରଣରୁ ହିଁ ବଢୁଛି ତୈଳ ଦର । ତେଣୁ ବେଲଗାମ ବୃଦ୍ଧିରେ ବ୍ରେକ୍ ଦେବାକୁ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ଜରୁରୀ । ସେପଟେ ଡିଜେଲ ଦର ବଢୁଥିବାରୁ ଏହାର ସିଧାସଳଖ ପ୍ରଭାବ ମାଲ୍ ପରିବହନ ଉପରେ ପଡିଲାଣି । ଟ୍ରକ୍ ମାଲିକ ସଂଘ ସଫା ସଫା କହିଲାଣି, ଭଡ଼ା ନବଢିଲେ ଗାଡ଼ି ଚଳାଇ ହେବନି । ସେପଟେ ଟ୍ରକ ଭଡ଼ା ବଢ଼ିଲେ ଏହାର ତତ୍‌କ୍ଷଣାତ ପ୍ରଭାବ ଅତ୍ୟାବଶ୍ୟକ ସାମଗ୍ରୀର ଦର ଉପରେ ପଡ଼ିବ ବୋଲି ଆଶଙ୍କା କଲାଣି ବ୍ୟବସାୟୀ ମହାସଂଘ ।

Petrol-price-cross-100-rs-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories