ଆକାଶ ଛୁଆଁ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର; କଟକରେ ପେଟ୍ରୋଲ ଦର ଛୁଇଁଲା ୮୧ ଟଙ୍କା

ଭୁବନେଶ୍ୱର: ଦିନକୁ ଦିନ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି କଟକରେ ପେଟ୍ରୋଲ ଦର ୮୧ ଟଙ୍କା ୨୧ ପଇସା ଥିବା ବେଳେ ଡିଜେଲ ଦର ୭୯ଟଙ୍କା ୪୮ ପଇସା ରହିଛି।

ସେହିପରି କୋରାପୁଟରେ ପେଟ୍ରୋଲ ଦର ୮୪ଟଙ୍କା ୩୭ ପଇସା ଥିବା ବେଳେ ଡିଜେଲ ଦର ୮୨ଟଙ୍କା ୬୪ ପଇସା ରେ ପହଞ୍ଚିଛି। ନବରଙ୍ଗପୁରରେ ପେଟ୍ରୋଲ ୮୩ ଟଙ୍କା ୯୭ ପଇସା, ଡିଜେଲ ଦର ୮୨ଟଙ୍କା ୨୫ ପଇସାରେ ପହଞ୍ଚିଛି।

ମାଲକାନଗିରିରେ ପେଟ୍ରୋଲ ୮୪ଟଙ୍କା ୭୫ ପଇସା, ଡିଜେଲ ଦର ୮୩ ଟଙ୍କା ୨ ପଇସା ରହିଛି। ରାୟଗଡ଼ାରେ ପେଟ୍ରୋଲ ଦର ୮୩ଟଙ୍କା ୬୦ ପଇସା ଓ ଡିଜେଲ ୮୧ ଟଙ୍କା ୮୫ ପଇସା ଥିବା ବେଳେ ଜୟପୁରରେ ପେଟ୍ରୋଲ ଦର ୮୪ଟଙ୍କା ୩୫ ପଇସା ଓ ଡିଜେଲ ଦର ୮୨ ଟଙ୍କା ୬୭ ପଇସାରେ ପହଞ୍ଚିଛି।

 

 

You might also like