ରଥଯାତ୍ରା ପାଇଁ ପିଟିସନ୍ ପରେ ପିଟିସନ୍

ପୁରୀ: ରଥଯାତ୍ରା ପାଇଁ ପିଟିସନ୍ ପରେ ପିଟିସନ୍ ଦାୟର ହେବାରେ ଲାଗିଛି। ଗତକାଲି ସୁପ୍ରିମକୋର୍ଟରେ ୩ଟି ପିଟିସନ୍‌ ଦାୟର ହୋଇଥିବାବେଳେ ଆଜି ଆଉ ୨ଟି modification ପିଟିସନ୍ ଦାୟର ହୋଇଛି।

ଅନ୍ୟ ସବୁଠି ରଥଯାତ୍ରା ବନ୍ଦ କରି ପୁରୀରେ ରଥଯାତ୍ରା କରିବାକୁ ପିଟିସନ୍ ଦାୟର‌ କରିଛନ୍ତି ବିଜନ ପାଇକରାୟ ଓ ସଞ୍ଜୀବ କୁମାର ଚିନ୍ନାରା। ଆବଶ୍ୟକ ସ୍ଥଳେ ପୁରୀକୁ ସଟ୍‌ଡାଉନ୍‌ କରି ରଥଯାତ୍ରା କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି। ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଶୁଣାଇଥିବା ରାୟରେ ଆଶିଂକ ପରିବର୍ତ୍ତନ କରିବାକୁ ଆବେଦନ ହୋଇଛି।

ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ମଧ୍ୟ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରତ୍ୟାହାର ବା ପରିବର୍ତ୍ତନ ପାଇଁ କୋର୍ଟରେ ପିଟିସନ ଦାୟର ହୋଇଛି। ସେହିପରି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ମହାସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଛି। ଅନ୍ୟପଟେ ଅଧ୍ୟାଦେଶ ଆଣି ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ଲେଖିଛନ୍ତି ପୁରୀ ଜିଲ୍ଲାର ଲକ୍ଷ୍ମୀଧର ବିଶ୍ୱାଳ। ତାମିଲନାଡ଼ୁ ସରକାର ଜଲ୍ଲିକଟ୍ଟୁ ପାଇଁ ଆଣିଥିବା ଅଧ୍ୟାଦେଶର ଉଦାହରଣ ଦେଇଛନ୍ତି ଲକ୍ଷ୍ମୀଧର।

You might also like