କାଳିଆ ଯୋଜନାକୁ ନେଇ ହାଇକୋର୍ଟରେ ମାମଲା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର କାଳିଆ ଯୋଜନାକୁ ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଛି। ଏହି ଯୋଜନା ନିମନ୍ତେ ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ପ୍ରଦାନକୁ ବିରୋଧ କରି କୋର୍ଟରେ ମାମଲା ଦାଖଲ ହୋଇଛି।

ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ପ୍ରଦାନ ହୋଇଥିବାରୁ କୋର୍ଟରେ ଏହାକୁ ବେଆଇନ ବୋଲି ଦର୍ଶାଯାଇଛି। ଯାହାକୁ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ଏଥିପାଇଁ ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବ, କୃଷି ସଚିବଙ୍କଠାରୁ ଅଦାଲତ ଜବାବ ତଲବ କରିଛନ୍ତି। ଏଥିସହିତ ୪ ସପ୍ତାହ ମଧ୍ୟରେ କୋର୍ଟରେ ଉତ୍ତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛି।

You might also like