ବାତ୍ୟା ଓ ବନ୍ୟା ପରେ ରୋଗପୋକ ଦାଉ: ଉଜୁଡ଼ିବାକୁ ବସିଛି ମୁଗ ଓ ବିରି ଫସଲ

ଗଞ୍ଜାମ: ପ୍ରଥମେ ବାତ୍ୟା ଓ ବନ୍ୟାରେ ଧାନ ଫସଲ  ନଷ୍ଟ ହେବା ପରେ ଏବେ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ଲାଗି ଦାଉ ସାଜିଛି ଜଉ ପୋକ। କିଛି ଦିନ ଧରି ଲାଗି ରହିଥିବା କୁହୁଡ଼ିର ପ୍ରଭାବରେ ଏହି କୃଷି ଜିଲ୍ଲାର ମୁଗ ଓ ବିରି ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏମିତିକି ଚଳିତ ବର୍ଷ ବିହନ ରଖିବା ଲାଗି ମୁଗ ଓ ଫସଲ ମିଳିବ କି ନାହିଁ ସେ ନେଇ ଚାଷୀ ସନ୍ଦେହରେ ଅଛନ୍ତି।

ଏନେଇ ଅଞ୍ଚଳର ଚାଷୀ କୃଷି ବିଭାଗକୁ ଜଣାଇବା ପରେ ଅଧିକାରୀ କ୍ଷେତକୁ ଆସିବା ପରିବର୍ତ୍ତେ, ଅଫିସରେ ଥଇ ନୀମ ତେଲ ପକାଇବାକୁ ଉପଦେଶ ଦେଇଛନ୍ତି। କେବେଳ ଏତିକି ନୁହେଁ, ଜଉ ପୋକ ରୋକିବା ଲାଗି କୃଷି ବିଭାଗ ପାଖରେ କୀଟନାଶକ ନଥିବା କହିଛନ୍ତ ଜିଲ୍ଲା କୃଷି ଅଧିକାରୀ।

ପ୍ରଥମେ ତିତିଲି କ୍ଷତି ଆଉ ଏବେ ମୁଗ ଓ ବିରି ଫସଲରେ ରୋଗ ପୋକ ଦାଉ, ଆସିକା ଅଞ୍ଚଳର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଏବେ ଅପେକ୍ଷା ଚାଷୀଙ୍କୁ କେବେ ମିଳୁଛି ସହାୟତା।

You might also like