• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ସମ୍ବଲପୁର: ହାତୀର ଖାଦ୍ୟ, ବାସ ସବୁ ଛଡେଇ ନେଉଛି ମଣିଷ। ସେଥିପାଇଁ ଜଙ୍ଗଲ ଛାଡି ହାତୀ କେତେବେଳେ ଗାଁ ଭିତରେ ତ କେତେବେଳେ ସହର ଭିତରେ ପଶୁଛି। ମୁହାଁମୁହିଁ ହେଉଛନ୍ତି  ହାତୀ଼-ମଣିଷ। କେତେବେଳ ହାତୀ ମଣିଷର ବାସ ଉଜାଡି ଦେଉଛି ତ କେତେବେଳେ ଫସଲ। ମଣିଷ ବି ହାତୀକୁ ମାରିବାକୁ ପଛଉନି। ଏଇ ଯୁଦ୍ଧରେ କେତେବେଳେ ହାତୀ ଜିତୁଛି, ଆଉ କେତେବେଳେ ମଣିଷ ଜିତୁଛି।

ସମ୍ବଲପୁର ରେଢାଖୋଲ ରେଞ୍ଜରେ ମୁହାଁମୁହିଁ ହୋଇଛନ୍ତି  ହାତୀ-ମଣିଷ। ହେଲେ ଏଇ ଲଢ଼େଇରେ ହାରି ଯାଇଛି ମଣିଷ । ଦନ୍ତାହାତୀର କ୍ରାଧକୁ ଦେଖିବା ପରେ ଲାଗୁଥିଲା ଯେମିତି ପୂର୍ବ ରାଗ ସବୁ ସୁଝାଇବାକୁ ନିଷ୍ପତ୍ତି ନେଇଛି।  ଜଣଙ୍କୁ ଦଳି ମାରିଦେବା ପରେ ମୃତ ଶରୀରକୁ ଖଣ୍ଡବିଖଣ୍ଡିତ କରିଦେଇଛି ହାତୀ। ଘଟଣା ଘଟିଛି ସମ୍ବଲପରୁ ଜିଲ୍ଲା ରେଢ଼ାଖୋଲ ରେଞ୍ଜ ଲୁହାପଙ୍କ ସେକ୍ସନ ଦଲକି ଖସଡ଼ା ଜଙ୍ଗଲରେ।

ଏପରି ଘଟଣା ବନବିଭାଗ ଇତିହାସରେ ପ୍ରଥମ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରଛି ଘୁଷୁରାମାଲ ପଞ୍ଚାୟତ ବଡମାଲ ଗାଁର ଭାରଜିଲ୍ ଲାକ୍ରା । କିଛି ବନ୍ଧୁଙ୍କ ସହ ଦଲକି ଜଙ୍ଗଲକୁ ଔଷଧ କନ୍ଦା ଖୋଜିବାକୁ ଯାଇଥିଲେ ଭାରଜିଲ୍। ହଠାତ୍ ସାମ୍ନାକୁ ଏକ ଦନ୍ତାହାତୀ ପଳାଇ ଆସିଲା। ହାତୀ ସାମ୍ନାରେ ପଡ଼ି ଯାଇଥିଲେ ଭାରଜିଲ୍ । ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏତିକିରେ ହାତୀର ରାଗ  ଥମିନଥିଲା । ପରେ ତାଙ୍କ ଶରୀର ସମସ୍ତ ଅଙ୍ଗକୁ ଫାଡ଼ି ଦେଇ ଫିଙ୍ଗି ଥିଲା। ସତେଯେମିତି ଦନ୍ତାହାତୀ ରକ୍ତମୁଖା ହୋଇଯାଇଥିଲା। ହାତୀର ଏପରି ରୂପ ଦେଖି ଭାରଜିଲଙ୍କ ସହ ଆସିଥିବା ଅନ୍ୟ ସାଥିମାନେ ଜୀବନ ବଞ୍ଚାଇ ଗାଁକୁ ଫେରି ଯାଇଥିଲେ।

ପରେ ଏ ନେଇ ବନବିଭାଗକୁ ଖବର ଦେଇଥିଲେ। ପୋଲିସ, ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୂଚନାଥାଉ କି, ଦୁଇବର୍ଷରେ ୪ଜଣଙ୍କ ଜୀବନ ନେଇ ସାରିଲାଣି ଏହି ମଣିଷମରା ହାତୀ। ତେଣୁ ଏହି ହାତୀକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବନବିଭାଗ ନିକଟରେ ଲୋକେ ଦାବି କରିଛନ୍ତି । ତେବ ହାତୀର ଗତିବିଧି ଉପରେ ବନବିଭାଗର ନଜର ରଖିଛି।

Person-was-killed-by-elephant-attack-in-sambalpur
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories