ବିଦ୍ୟୁତ୍‌ ସଂଯୋଗରେ ବିଳମ୍ବ ଯୋଗୁ ତେଜୁଛି ଅସନ୍ତୋଷ

ଭୁବନେଶ୍ୱର: ବିଦ୍ୟୁତ୍‌ ସଂଯୋଗରେ ବିଳମ୍ବ ଯୋଗୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାକୁ ନେଇ ଲୋକମାନେ ରାସ୍ତାକୁ ଓହ୍ଲାଉଛନ୍ତି।

ଗତକାଲି ସନ୍ଧ୍ୟାରେ ମୁଣ୍ଡାସାହି ବାସିନ୍ଦା ସିଆରପି-ବରମୁଣ୍ଡା ରାସ୍ତା ଅବରୋଧ କରିଥିଲେ। ଏଥିପାଇଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ନୟାପଲ୍ଲୀରେ ଥିବା ବିଦ୍ୟୁତ୍‌ ବିଭାଗ ଅଫିସରେ ମଧ୍ୟ ଲୋକମାନେ ହୋହଲ୍ଲା କରିଥିଲେ।

ଏଥିସହ ପ୍ରଶାନ୍ତି ବିହାର ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ହୋଇ ନଥିବାରୁ କିଟ୍‌ ମୁଖ୍ୟ ରାସ୍ତାକୁ ଉତ୍ତ୍ୟକ୍ତ ଲୋକେ ୨ଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରିଥିଲେ।  ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

‘ଫୋନି’ ପ୍ରଭାବରେ ରାଜଧାନୀରେ ବ୍ୟାପକ ଅଞ୍ଚଳରେ  ବିଦ୍ୟୁତ୍‌ ସେବା ପ୍ରଭାବିତ ହୋଇଛି।

You might also like