କୋରାପୁଟ ଜିଲ୍ଲାପାଳଙ୍କ ଅଫିସ୍‌ ଭିତରକୁ ଧସେଇ ପଶିବାକୁ ଉଦ୍ୟମ

କୋରାପୁଟ: କୋରାପୁଟ ଜିଲ୍ଲାପାଳଙ୍କ ଅଫିସ୍‌ ଭିତରକୁ ଧସେଇ ପଶିବାକୁ ଜଳାପୁଟ ବୁଡ଼ି ଅଞ୍ଚଳର ୩ ହଜାର ଲୋକ ଉଦ୍ୟମ କରିଛନ୍ତି। ଏଥିପାଇଁ ପୁଲିସ୍‌ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା।

ରାଜ୍ୟ ସରକାର ବୁଡ଼ି ଅଞ୍ଚଳର ଲୋକଙ୍କ କୌଣସି ସମସ୍ୟାର ସମାଧାନ କରୁନଥିବା ଅଭିଯୋଗ କରି ଲୋକେ ଧାରଣା ଦେଇଥିଲେ।

ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ, ମାଗଣା ବିଦ୍ୟୁତ୍‌ ଯୋଗାଣ, ଉଠା ଜଳସେଚନର  ବ୍ୟବସ୍ଥା ଭଳି ୯ ଦଫା ଦାବିରେ ଜଳାପୁଟ ବୁଡ଼ି ଅଞ୍ଚଳ ବାସିନ୍ଦା  ଆନ୍ଦୋଳନ କରିଥିଲେ।

ତେବେ ଜିଲ୍ଲାପାଳ ସେମାନଙ୍କୁ ଭେଟି ଦାବି ପୂରଣର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ଧାରଣାରୁ ହଟିଥିଲେ।

ଯଦି ନିର୍ଦ୍ଦିଷ୍ଟ ସମୟ ଭିତରେ ଦାବି ପୂରଣ ନ ହୁଏ ତେବେ ଭୋଟ୍‌ ବର୍ଜନ କରିବା ସହ ଆନ୍ଧ୍ରକୁ ଚାଲିଯିବେ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

You might also like