ଏଟିଏମ୍ ଲୁଟ୍ ଉଦ୍ୟମ ବେଳେ ଧରାପଡିଲା ଲୁଟେରା

ଭଦ୍ରକ: ଏଟିଏମ୍‌ ଲୁଟ୍ ଉଦ୍ୟମ ବେଳେ ଲୋକଙ୍କ ହାତରେ ଧରାପଡ଼ି ନିର୍ଧୂମ୍ ଛେଚା ଖାଇଲା ଲୁଟେରା। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ମାଳଦାରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଗତକାଲି ରାତିରେ ମାଳଦା ବଜାରରେ ଥିବା ଏକ ଏସ୍‌ବିଆଇ ଏଟିଏମ୍‌କୁ ଜଣେ ଲୁଟେରା ଭାଙ୍ଗିବା ସହ ଲୁଟ୍ ପାଇଁ ଉଦ୍ୟମ କରୁଥିଲା। ତେବେ ଏହା ଲୋକଙ୍କ ନଜରରେ ପଡ଼ିଯିବାରୁ ସେଠାରୁ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ହେଲେ ସ୍ଥାନୀୟ ଲୋକେ ତାକୁ କାବୁ କରି ନିର୍ଧୂମ୍‌ ପିଟିଥିଲେ।

ଏନେଇ ଭଣ୍ଡାରିପୋଖରୀ ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତ ଲୁଟେରାକୁ ଉଦ୍ଧାର କରିଥିଲା। ଏଥିସହ ଏଟିଏମ୍‌ଠାରୁ କିଛି ଦୂରରେ ଅପେକ୍ଷା କରିଥିବା ଏକ କାର୍‌କୁ ମଧ୍ୟ ଜବତ କରାଯାଇଛି। କାର୍‌ ଡ୍ରାଇଭରକୁ ପୁଲିସ୍‌ ଅଟକ ରଖିଛି।

You might also like