• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଫୋନି ଯିବା ପରେ ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ହୋଇଛି ଖରାର ପ୍ରକୋପ।  ତାପାମାତ୍ରା ୪୦ରୁ ଉପରେ । ଅଂଶୁଘାତର ଭୟ, ଜଳ ସଙ୍କଟ ଏବେ ହୋଇଛି ବଡ଼ ସମସ୍ୟା। ଦିନର ତାତିଠୁ ବଳି ଯାଉଛି ରାତିର ଅଘୋଷିତ ବିଦ୍ୟୁତ କାଟ।  ଡହଳ ବିକଳ ହେଉଛନ୍ତି ଲୋକେ।

ବଲାଙ୍ଗୀରରୁ ବାଲେଶ୍ୱର, ସମ୍ବଲପୁରରୁ ଅନୁଗୁଳ  ସବୁଠି ସୂର୍ଯ୍ୟଙ୍କ ରୌଦ୍ର ରୂପ । ବାଲେଶ୍ୱର ସହରରେ  ଦିନ ୧୦ଟା ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି।  ଗତ କିଛି ଦିନ ଧରି ସହରରେ ପାରଦ ପ୍ରାୟ ୪୦ ଡିଗ୍ରୀ ରହୁଛି।  ଦିନ ସାରା ପ୍ରଚଣ୍ଡ ତାତି ସାଙ୍ଗକୁ ରାତିରେ ଅଘୋଷିତ ବିଦ୍ୟତୁ କାଟ୍ ଜନଜୀବନକୁ ପୁରାପୁରି ଅସ୍ତବ୍ୟସ୍ତ କରିଦେଇଛି  ।

ବଲାଙ୍ଗିରରେ ବି ଅବସ୍ଥା ସମାନ୍ ଅବସ୍ଥା।  ଖରା ନୁହେଁ ତ, ସହରରେ ସତେ ଯେମିତି ନିଆଁ ବର୍ଷା ହେଉଛି।   ଏଠାରେ ପାରା ୪୪ ଟପି ଯାଇଛି।   ତତଲା କଡ଼େଇରେ ଭାଜି ହେଉଥିବା ବଲାଙ୍ଗିରକୁ ଏବେ ଅଂଶୁଘାତର ଭୟ ବି ଘାରିଛି। ଦିନିକୁ ଦିନ ଅଂଶୁଘାତ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ  ଡାକ୍ତରଖାନାରେ ଆବଶ୍ୟକୀୟ ଭିତ୍ତିଭୂମୀ ନଥିବା ଅଭିଯୋଗ ହୋଇଛି  ସେପଟେ ଟାଣ ଖରାରେ ବାହାରକୁ ନବାହାରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି

ସମ୍ବଲପୁରରେ ସ୍ଥିତି ମଧ୍ୟ ସଂଗୀନ।  ଏଠାରେ ପୂର୍ବାହ୍ନ ୧୦ଟାରୁ ଖରା ଅସମ୍ଭାଳ ।  ତା ସାଙ୍ଗକୁ ପିଇବା ପାଣିର ସଙ୍କଟ।

ଅନୁଗୁଳରେ ମଧ୍ୟ ଜଳ କଷ୍ଟ ଲୋକଙ୍କ ମନୋବଳ ଭାଙ୍ଗି ଦେଇଛି । କୋଇଲା ନଗରୀରେ ପାରା ୪୨ ଡେଇଁଥିବା ବେଳେ ତାଳଚେରରେ ସ୍ଥିତି ଅଧିକ ସଙ୍ଗୀନ।

People-suffer-in-summer
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories