ସୁକିନ୍ଦାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନା ଘେରିଲେ ଗ୍ରାମବାସୀ

ସୁକିନ୍ଦା: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗକୁ ନେଇ ସ୍ଥାନୀୟ ଲୋକେ ଥାନା ଘେରାଉ କରିଛନ୍ତି। ତୁରନ୍ତ ଦୋଷୀକୁ ଧରିବା ପାଇଁ ପୁଲିସ୍‌ କାର୍ଯ୍ୟାରନୁଷ୍ଠାନ ଗ୍ରହଣ କରୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼ାଇଙ୍କ ସମ୍ପର୍କୀୟ ଏବଂ ଅନ୍ୟ ଜଣେ ବ୍ୟକ୍ତି ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ପିଡ଼ିତାଙ୍କ ବାପା ଏତଲାରେ ଦର୍ଶାଇଛନ୍ତି। ଖାଲି ସେତିକି ନୁହେଁ ଦୁଷ୍କର୍ମ କରିବା ସହିତ ଯୁବତୀ ଜଣଙ୍କୁ ଅଭିଯୁକ୍ତମାନେ ମାଡ଼ ମାରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏପଟେ ଘଟଣାକୁ ନେଇ ପୁଲିସ୍ ପ୍ରାଥମିକ ଦଦନ୍ତ ଆରମ୍ଭ କରିଥିବା ବେଳେ ସେପଟେ ଅଭିଯୋଗ ନେଇ ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି, ଆଇନ ତା ବାଟରେ ଯିବ, ତାଙ୍କୁ ଯଦି କେହି ବଦନାମ କରିବାକୁ ଚାହୁଁଥିବେ, ସେଥିରେ ସେ ସଫଳ ହେବେନାହିଁ।

You might also like