ବିଦ୍ୟୁତ୍‌ ପାଇଁ ରାସ୍ତା ଉପରେ ବସିଲେ ଲୋକେ

ଜଗତସିଂହପୁର: ବାତ୍ୟା ଫୋନିର ୧୧ ଦିନ ପରେ ବିଦ୍ୟୁତ୍‌ ସଂଯୋଗ ନ ହେବାରୁ ଜଗତସିଂହପୁର ଜିଲ୍ଲାରେ ହୋଇଥିବା ରାସ୍ତାରୋକ ହଟିଛି।

ତାରପୁର, ଚିକିଣିଆ ଓ ଗୁଆଳିପୁର ଏବଂ କାଦୁଅପଡ଼ା ଓ ପଲ୍ଲୀ ପଞ୍ଚାୟତର ଲୋକେ କରିଥିବା ରାସ୍ତାରୋକ ପ୍ରତ୍ୟାହାର କରିଛନ୍ତି।

ବିଜୁଳି ସଂଯୋଗ ଦିଆଯାଇନଥିବାରୁ ତାରପୁର ନିକଟରେ କଟକ-ପାରାଦୀପ ରାସ୍ତା ଉପରେ ବସି ତାରପୁର, ଚିକିଣିଆ ଓ ଗୁଆଳିପୁର ପଞ୍ଚାୟତବାସୀ ଆନ୍ଦୋଳନ କରିଥିଲେ।

ଫଳରେ ନାଉଗାଁ ଓ ପାରାଦୀପ ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ସେହିପରି ସିଙ୍ଗିପୁର ଛକରେ କାଦୁଅପଡ଼ା ଓ ପଲ୍ଲୀ ପଞ୍ଚାୟତର ଶତାଧିକ ଲୋକ ବାଲିିଭଉଁରୀ-ନାଉଗାଁ ରାସ୍ତାରେ ବସି ଆନ୍ଦୋଳନ କରିଥିଲେ।

ପୁଲିସ୍‌ ଓ ପ୍ରାଶାସନିକ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି।

You might also like