ମୃତଦେହକୁ ଭାର କରି ନେଲେ ଲୋକେ

ଭଦ୍ରକ: ଗ୍ରାମବାସୀ ଦେଖାଇଲେ ମାନବିକତା। ବନ୍ୟା ପାଣିରେ କାନ୍ଧରେ ମୃତଦେହ ଭାର କରି ବୋହି ଆଣିଲେ ଲୋକେ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଦକ୍ଷିଣକୁରୁଆ ଗାଁର ଘଟଣା।

ଗତକାଲି ଗାଁର ହେମନ୍ତ ଜେନା ପାଣିରେ ଭାସିଯାଇଥିଲେ। ଓଡ୍ରାଫ୍ ଟିମ୍ ଆସିନପାରିବାରୁ ଆଜି ସକାଳେ ଗାଁଲୋକେ ଖୋଜାଖୋଜି କରି ମୃତଦେହକୁ ଉଦ୍ଧାର କରିଥିଲେ।

ତେବେ ଚାରିଆଡେ ପାଣି ଥିବାରୁ ଟ୍ରଲି କି ଆମ୍ବୁଲାନ୍ସ ଆସିପାରିଲା ନାହିଁ। ଫଳରେ ଗାଁଲୋକେ ନିଜେ ମୃତଦେହକୁ ଭାର କରି ନେଇଥିଲେ।

You might also like