ଲକ୍‌ଡାଉନ୍ ବେଳେ ଗାଁରେ ଚାଲିଛି ତାସ୍ ଖେଳ

ଭଦ୍ରକ: ଲକ୍‌ଡାଉନ୍ ବେଳେ ଗାଁରେ ଚାଲିଛି ତାସ୍ ଖେଳ। ଲୋକେ ଗାଁ ଦାଣ୍ଡରେ ବସି ତାସ୍ ଖେଳୁଛନ୍ତି। ଭଦ୍ରକ ଚାନ୍ଦବାଲିର ନରସିଂହପୁର ଅଞ୍ଚଳରେ ଏଭଳି ଦ୍ରୁଶ୍ୟ ଦେଖିବାକୁ ମିଳିଛି।  ଯେଉଁଠି ବେଖାତିର ଭାବେ ତାସ୍ ଖେଳୁଛନ୍ତି ଲୋକେ।

ମେଳ ମେଳ ହୋଇ ଗାଁ ଦାଣ୍ଡରେ ତାସ୍ ଖେଳୁଥିବା ଦେଖିବାକୁ ମିଳିଛି। ଗୋଟିଏ କି ଦୁଇଟି ନୁହେଁ ପୂରା ଗାଁସାରା ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ୪ରୁ ୫ ଜଣ ଲୋକେ ଏକଜୁଟ୍ ହୋଇ ତାସ୍ ଖେଳୁଛନ୍ତି। ନାଁ ମୁହଁରେ ଅଛି ମାସ୍କ ନା ସାମାଜିକ ଦୂରତା। ରାସ୍ତା ଉପରେ ଏଭଳି ଘଟୁଛି। ହେଲେ ଏହାକୁ ବିରୋଧ କରିବାକୁ ବି କେହି ନାହାନ୍ତି।

କରୋନା ଯୋଗୁ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏଭଳି ଘଟଣା ଏବେ ଚିନ୍ତା ବଢ଼ାଇଛି। ଲୋକେ ସଚେତନ ହେବା ପରିବର୍ତ୍ତେ ଏଭଳି କରିବା କେତେ ଉଚିତ୍ ତାକୁ ନେଇ ପ୍ରଶ୍ନ ଉଠିଛି।

ସେପଟେ ଭଦ୍ରକରେ ଏବେ ପଶ୍ଚିମବଙ୍ଗ ଫେରନ୍ତା ଅଧିକ ଥିବାରୁ କରୋନାକୁ ନେଇ ଅଧିକ ସଚେତନତା କରାଯାଉଛି। ହେଲେ ଏଭଳି ଘଟଣାକୁ ଏଡ଼ାଇବାକୁ କଡ଼ା ଯାଞ୍ଚ କରିବାକୁ ଦାବି ହୋଇଛି।

You might also like