୧ ମିନିଟ୍‌ ପାଇଁ ନୀରବ ହେଲା ସାରା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟ ତମାମ କରୋନା ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା। ୧ ମିନିଟ ନୀରବ ପ୍ରାର୍ଥନା କଲେ ରାଜ୍ୟବାସୀ। ଆଜି ସନ୍ଧ୍ୟା ୬ଟାରୁ ୬.୦୧ ପର୍ଯ୍ୟନ୍ତ ୧ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।

କଟକ ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ନେତୃତ୍ୱରେ ନୀରବ ପ୍ରାର୍ଥନା କରାଗଲା। ସେହିପରି ଲୋକସେବା ଭବନ, ବିଜେଡି ମୁଖ୍ୟାଳୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ନୀରବ ପ୍ରାର୍ଥନା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କହିଥିଲେ ଯେ ଏଯାବତ ରାଜ୍ୟରେ ୨୫ ଜଣ କୋଭିଡ଼ ଯୋଦ୍ଧାଙ୍କ ପ୍ରାଣ ଗଲାଣି। ସେମାନଙ୍କ ତ୍ୟାଗ ଓ ବଳିଦାନ ପାଇଁ ନୀରବ ପ୍ରାର୍ଥନା କରିବା।

ଏହାସହ ମୁଖ୍ୟମନ୍ତ୍ରୀ ନୀରବ ପ୍ରାର୍ଥନା ପରେ ରାଜ୍ୟବାସୀଙ୍କୁ ଶପଥ ପାଠ କରାଇଥିଲେ। କରୋନା ନିୟମ ମାନିବି ଏବଂ ଅନ୍ୟକୁ ସଚେତନ କରାଇବି। କରୋନା ଯୋଦ୍ଧାଙ୍କ ପ୍ରାଣବଳିକୁ ବ୍ୟର୍ଥ ହେବାକୁ ଦେବିନି। କରୋନା ଲଢ଼େଇରେ ମୁଁ ଜିତିବି ଏବଂ ମୋ ଓଡ଼ିଶା ଜିତିବ ବୋଲି ଶପଥ ପାଠ କରାଇଥିଲେ।

ସେହିପରି ଆଜି ଟ୍ୱିନ୍ ସିଟିରେ ୨ ମିନିଟ୍ ପାଇଁ ବନ୍ଦ ରହିଲା ଟ୍ରାଫିକ୍‌‌। ସନ୍ଧ୍ୟା ୬ଟାରୁ ୬ଟା ୨ ମିନିଟ୍ ପର୍ଯ୍ୟନ୍ତ ସମସ୍ତ ଟ୍ରାଫିକ୍‌କୁ ବନ୍ଦ କରାଯାଇଥିଲା। କରୋନା ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା ଲାଗି ଏପରି ପଦକ୍ଷେପ ନିଆଯାଇଥିଲା। ଟ୍ରାଫିକ୍ ବନ୍ଦ ନେଇ କମିଶନରେଟ୍ ପୋଲିସ୍‌ ଟ୍ୱିଟ୍‌ କରି ଏହି ସୂଚନା ଦେଇଥିଲେ।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like