ନୟାଗଡ଼ (ସତ୍ୟନାରାୟଣ ସୁର୍ଜଗଦେବ୍) : ଆଜି ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଚାଲିଥିବା ବେଳେ ନୟାଗଡ଼ ଦଶପଲ୍ଲା ଢ଼ିପାମାଳର ଲୋକ ମାନେ ସାମୂହିକ ଭୋଟ ବର୍ଜନ କରିଛନ୍ତି। ମୌଳିକ ଆବଶ୍ୟକତା ପୂରଣ କରିବାରେ ପ୍ରଶାସନିକ ଆନ୍ତରିକତା ଅଭାବ ଯୋଗୁ ସେମାନେ ଏହି ଭୋଟ ବର୍ଜନ କରିଛନ୍ତି।
ଗାଁର ମହିଳା ଏବଂ ପୁରୁଷ ମାନେ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେବା ସହ ରାସ୍ତା,ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରିଛନ୍ତି। ତାସହ ପ୍ରଶାସନକୁ ବହୁତ୍ ଥର ଦାବିପତ୍ର ଦେବା ପରେ ମଧ୍ୟ କୌଣସି ପ୍ରଭାବ ପଡୁ ନଥିବାରୁ ଗାଁର ଲୋକ ମାନେ ନିଷ୍ପତ୍ତି ନେଇଥିବା ଜଣାପଡିଛି।