• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେମିତି ଅଛି ନଗଡ଼ା?
କେତେ ବଦଳିଛି ଚେହେରା?
୫ ବର୍ଷ ପରେ ବଦଳିଛି କି ଭାଗ୍ୟ?

ନଗଡ଼ା(ଅଭୟ ପତି): ବହୁ ଚର୍ଚ୍ଚିତ ଯାଜପୁରର ନଗଡ଼ା ଦିନେ ଅପପୁଷ୍ଟିର ଅଞ୍ଚଳ ଭାବେ ପରିଚୟ ପାଇଥିଲା, ହେଲେ ଏବେ ଏହାର ଚିତ୍ର ବଦଳିଛି । ଅପହଞ୍ଚ ଇଲାକାର ମାନ୍ୟତା ପାଇବାର ଘଟଣାକୁ ଆଉ କେଇଟା ଦିନ ପରେ ପାଞ୍ଚ ବର୍ଷ ପୂରିବାକୁ ଯାଇଛି।  ପୁଳାପୁଳା ପ୍ରତିଶ୍ରୁତି ପରେ ବି ଏବେ ସୁଦ୍ଧା ସମସ୍ତଙ୍କ ପାଖରେ ପହଞ୍ଚି ପାରିନି ମୌଳିକ ସୁବିଧା । ତଳ ନଗଡା ପର୍ଯ୍ୟନ୍ତ ରାସ୍ତା ର୍ନିମାଣ କରାଯାଇଛି । ପାନୀୟ ଜଳ, ପକ୍କା ଘର ଅନେକଙ୍କ ପାଖରେ ପହଞ୍ଚିଛି, ହେଲେ ଏବେ ମଧ୍ୟ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହିସବୁ ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି ।

ଦୁନିଆ ଦେଖିଥିଲା ଯାଜପୁର ନଗଡ଼ାର ନଗ୍ନ ଚିତ୍ର । ବର୍ଷ-୨୦୧୬, ଜୁଲାଇ ମାସରେ ଗାଁକୁ ସତେ ଯେମିତି ଅଭିଶାପ ପାଲଟି ଯାଇଥିଲା ଅପପୃଷ୍ଟି । ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା । ଆଉ ତତ୍ପର ହୋଇଉଠିଥିଲେ କେନ୍ଦ୍ର ଓ ରାଜ୍ୟ ସରକାର । ନଗଡ଼ାବାସୀଙ୍କୁ ମିଳିଥିଲା ପୁଳା ପୁଳା ପ୍ରତିଶ୍ରୁତି, ଗାଁ ଲୋକେ ମଧ୍ୟ ଦୁଃଖ ଯିବ ବୋଲି ଭାବିଥିଲେ । ଏବେ ସେହି ଅଭିଶପ୍ତ ସମୟକୁ ୫ ବର୍ଷ ବିତିବାକୁ ଯାଉଛି । ଅପପୃଷ୍ଟିର ଇଲାକାକୁ ଗମନା ଗମନ ପାଇଁ ଚାଲିଛି ରାସ୍ତା ନିର୍ମାଣ । ବିଦ୍ୟୁତ, ପାନୀୟ ଜଳ, ଶିକ୍ଷା, ଆତ୍ମର୍ନିଭରଶୀଳତା ଆଦି ଅନେକ କାର୍ଯ୍ୟର ଯୋଜନା ସେମାନଙ୍କ ହାତ ପାହାନ୍ତାରେ ପହଞ୍ଚିଛି ସତ, ହେଲେ ଏବେ ମଧ୍ୟ ଅନେକ ବଞ୍ଚିତ ହେଉଛନ୍ତି।

ସରକାରୀ ବାବୁମାନେ ବିଭିନ୍ନ ସମୟରେ ଗାଁକୁ ଆସୁଛନ୍ତି । ୬୮ ପରିବାରର ଆର୍ଥିକ, ମାନସିକ ଏବଂ ଭୌଗଳିକ ପରିସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା ବି ଜାରି ରଖିଛନ୍ତି ।  କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏମାନଙ୍କ ଭାଗ୍ୟ ପରିବର୍ତ୍ତନ କରିବାକୁ ଯୋଜନା ପରେ ଯୋଜନା ବି ଚାଲିଛି । ଚାଷୀ କିନ୍ତୁ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ତେଣୁ ପ୍ରଶାସନ ଗାଁ ଲୋକଙ୍କ ଦୁଃଖ ଦୂର ପାଇଁ ଆନ୍ତରିକତା ଦେଖାନ୍ତୁ ବୋଲି ଅନୁରୋଧ କରାଯାଇଛି । ସେପଟେ ଯେଉଁମାନଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚି ନାହିଁ ବୋଲି ଅଭିଯୋଗ ଆସିଛି, ସେଥିପ୍ରତି ଦୃଷ୍ଟି ଦେଇ ସେ ସବୁର ସମାଧାନ ପାଇଁ ଦୃଷ୍ଟି ଦିଆଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଛି ।

 

People-of-nagada-village-in-odisha-still-complain-of-neglect
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories