କଟକରେ ନିଜ ଉଦ୍ୟମରେ ବିଜୁଳି ମରାମତି କାମ କରୁଛନ୍ତି ସହରବାସୀ

କଟକ: ଫୋନି ତାଣ୍ଡବ ପରେ ଏବେ ବି ସ୍ୱାଭାବିକ ହୋଇନି କଟକ ସହର।  ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ।  ଜଗତପୁର ଅଞ୍ଚଳରେ ଏବେ ବି ବିଜୁଳି ନାହିଁ । ବିଦ୍ୟୁତ ଖୁଣ୍ଟି ରାସ୍ତା ଉପରେ ପଡ଼ିଥିବା ବେଳେ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି । ଲୋକେ ନିଜ ଉଦ୍ୟମରେ ବିଜୁଳି ମରାମତି କାମ ଆରମ୍ଭ କରିଛନ୍ତି । ସେପଟେ ଆସନ୍ତା ୧୩ ତାରିଖ ସୁଦ୍ଧା ବିଜୁଳି ସଂଯୋଗ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

You might also like