ଭୁବନେଶ୍ୱରରେ ତାତିଲେ ଲୋକେ; ଅଟକାଇଲେ ସରକାରୀ ଗାଡ଼ି, ଲାଠି ମାଡ଼ କଲା ପୁଲିସ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ତାତିଲେ ଲୋକେ। ଜରିମାନା ଆଦାୟ ନ କରାଯାଇ ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ କରି ଲୋକମାନେ ତାତିଛନ୍ତି। ଆଜି ରାଜମହଲ ଛକରେ ଉତ୍ତ୍ୟକ୍ତ ଲୋକେ ୩ଟି ସରକାରୀ ଗାଡ଼ି ଅଟକାଇ ହୋହଲ୍ଲା କରିଛନ୍ତି।

ଉତ୍ତ୍ୟକ୍ତ ଲୋକେ ମୋ ବସ୍, ବିଏମ୍‌ସି ଗାଡ଼ି ଓ ପୁଲିସ୍‌ ଗାଡ଼ି ଅଟକାଇଛନ୍ତି। ମୋ ବସ୍‌ରେ ଓଭରଲୋଡ୍ ଓ ଡ୍ରାଇଭର ସିଟ୍ ବେଲ୍ଟ ବାନ୍ଧି  ନ ଥିବା ଅଭିଯୋଗ ହୋଇଥିବା ବେଳେ ବିଏମ୍‌ସି ଗାଡ଼ି ଓ ପୁଲିସ୍‌ ଭ୍ୟାନ୍‌ର କାଗଜପତ୍ର ଠିକ୍‌ ନ ଥିବା ଅଭିଯୋଗ ହୋଇଛି। ରାସ୍ତା ଉପରେ ଗାଡ଼ି ଗୁଡ଼ିକୁ ଅଟକାଇ ଲୋକମାନେ ରେଜିଷ୍ଟ୍ରେସନ, ପରମିଟ୍, ଇନ୍‌ସୁରାନ୍ସ ସହ ପଲ୍ୟୁସନ୍‌ ସାର୍ଟିଫିକେଟ ଯାଞ୍ଚ କରିଛନ୍ତି।

ଅନ୍ୟପକ୍ଷରେ ଲୋକଙ୍କ ଆକ୍ରୋଶ ଦେଖି ବିଏମ୍‌ସି ଗାଡ଼ିର ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ସେପଟେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌ ଉତ୍ତ୍ୟକ୍ତ ଲୋକଙ୍କ ଉପରକୁ ଲାଠିଚାର୍ଜ କରିଛି।

ଭୁବନେଶ୍ୱରେ ସେପ୍ଟେମ୍ବର ପହିଲାରୁୁ ନୂଆ ମୋଟରଯାନ ଆଇନ୍‌ ଲାଗୁ ହୋଇଥିବାବେଳେ ଏହାକୁ ନେଇ ହଟଚମଟ ଲାଗି ରହିଛି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like