କଲ୍ୟାଣୀ ନଈରେ ଭାସିଗଲା ଅସ୍ଥାୟୀ ପୋଲ

ରାୟଗଡ଼ା  : ରାୟଗଡ଼ା କଲ୍ୟାଣୀ ନଈରେ ଭୟଙ୍କର ବନ୍ୟା ଅାସି ଧୋଇଗଲା ପୋଲ । ଏ ଘଟଣା ଏବେର ନୁହେଁ , ଗତବର୍ଷ ଜୁଲାଇ ୧୬ରେ କଲ୍ୟାଣସିଂହପୁର ବାସୀଙ୍କ ପାଇଁ ଆସିଥିଲା ଏଭଳି ଦୁର୍ଦ୍ଦିନ।  ବାଉଁଶ ଭେଳାରେ ପାରି ହେଉଥିଲେ ମହିଳା, ରୋଗୀ ଓ କୁନିକୁନି ପିଲା। ଏବେ ମଧ୍ୟ ସୁଧୁରିନି କିଛି।  ପୋଲ ଧୋଇବାକୁ ବର୍ଷେ ପୁରିବାକୁ ବସିଥିଲେ ମଧ୍ୟ ଅବସ୍ଥାରେ କିଛି ସୁଧାର ଅାସିନି।

ସେତେବେଳେ ବାଉଁଶ ଭେଳାରେ ନଈପାରି ହେଉଥିବା ୫ଟି ପଞ୍ଚାୟତର ଲୋକେ ଏବେ ବାଉଁଶ ପୋଲ ସାହାରାରେ ବଞ୍ଚୁଛନ୍ତି। ମାତ୍ର ତିନି ଚାରିମାସ ତଳେ ଜିଲ୍ଲା ପ୍ରଶାସନ ତିଅାରି କରିଥିବା ଅସ୍ଥାୟୀ ପୋଲ ଗତ ଗୁରୁବାର ଧୋଇଯିବା ପରେ ଲୋକମାନେ ଏଇ ବାଉଁଶ ପୋଲ ତିଅାରି କରିଛନ୍ତି।

ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ପରେ ଚିନ୍ତାରେ ପୁଷ୍ପଲତା କୌଶଲ୍ୟା। ଏଇ ସପ୍ତାହେ ଭିତରେ ପ୍ରସବ ସମୟ ଥିବାରୁ ସେ ଡାକ୍ତରଖାନାକୁ କିପରି ଯିବେ, ତାଙ୍କୁ କିଛି ବୁଦ୍ଧି ବାଟ ଦିଶୁନି। କେବଳ ପୁଷ୍ପଲତା ନୁହନ୍ତି, ୫ଟି ପଞ୍ଚାୟତର ୨୦ ହଜାର ଲୋକଙ୍କ ଏଇ ସମାନ ଅବସ୍ଥା।  କିଏ ଡାକ୍ତରଖାନା, କିଏ ହାଟ ବଜାର ତ କିଏ ସ୍କୁଲ ଯିବାକୁ ଅନାଇ ବସିଛି। ସେପଟେ ବିଡିଓ ପୁଣି ଏକ ଅସ୍ଥାୟୀ ପୋଲ ତିଅାରି କରାଯିବ ବୋଲି କହିଛନ୍ତି।

 

 

You might also like