• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: B’ କ୍ୟାଟେଗୋରୀରେ ଥିବା ଜିଲ୍ଲା ଗୁଡ଼ିକରେ ଟିକିଏ ଅନିୟନ୍ତ୍ରିତ ଗତିବିଧି ଥିବାରୁ ସେଠାରେ ସଂକ୍ରମଣ ବୃଦ୍ଧି ପାଉଛି । କରୋନା ଭୂତାଣୁକୁ ଯେଉଁ ପରିବେଶ ଦରକାର, ତାହା ସେହି ଜିଲ୍ଲା ଗୁଡିକରେ ମିଳୁଛି । ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ ସରକାର କଟକଣା କୋହଳ କରିଛନ୍ତି । ସମସ୍ତେ ଯଦି ଗାଇଡ୍‌ ଲାଇନ ମାନି ଚଳିବେ ତେବେ ନିଶ୍ଚିତ ସଂକ୍ରମଣ କମିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ସଂକ୍ରମଣ କମିବା ପାଇଁ ମୁଖ୍ୟତଃ ୩ଟି ପିଲାର ନିର୍ଦ୍ଧାରଣ କରାଯାଇଛି । ସର୍ଭିଲାନ୍ସ ଓ କଣ୍ଟାଟ ଟ୍ରେସିଂ ପରି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଆଗକୁ ରାଜ୍ୟର ପଜିଟିଭିଟି କେସ କମିବ ବୋଳି ଆଶା କରଯାଉଥିବା ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଖୁବ୍‌ଶୀଘ୍ର ଗର୍ଭବତୀଙ୍କ ଟିକାକରଣ ଆରମ୍ଭ କରାଯିବ । ରାଜ୍ୟରେ ବର୍ତ୍ତମାନ ୫ଶହ ରୋଗୀ ଭେଂଟିଲେଟର ଓ ଆଇସିୟୁରେ ୨ହଜାର ଆକ୍ରାନ୍ତ ରହିଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟରେ ଟିକାର ଅଭାବ ଥିବାରୁ ଲକ୍ଷ୍ୟ ଅନୁଯାୟୀ ଟୀକା କରଣ ହୋଇପାରୁନାହିଁ । ୧୯ ହଜାର କୋଭିସିଲ୍ଡ ଟୀକା ଓ ୩ଲକ୍ଷ ଉପରେ କୋଭାସ୍କିନ ଟୀକା ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି । ତେଣୁ ଆଜି ମାତ୍ର ୧୧୪ ଟି ସ୍ଥାନରେ ଟିକାକରଣ ହୋଇଛି । ଏହା ଭିତରୁ ୭୨ଟି ସେସନ କେବଳ ଭୁବନେଶ୍ୱରରେ ହେଉଛି । ବିଭିନ୍ନ ଜିଲ୍ଲାରେ ଟିକାକରଣ କାର୍ଯ୍ୟ ବନ୍ଦ ରହିଛି । ଏନେଇ ପରିବାର କଲ୍ୟାଣ ନିର୍ଦେଶକ ସୂଚନା ଦେଇଛନ୍ତି ବିଜୟ ପାଣିଗ୍ରାହୀ ।

People-must-be-aware-about-corona
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories