ମାଲକାନଗିରି: ଗୋବିନ୍ଦପାଲ୍ଲୀ ଘାଟିର ରାସ୍ତା ପ୍ରଶସ୍ତୀକରଣକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ରାସ୍ତା ତିଅାରି ବେଳେ କଣ୍ଟ୍ରାକ୍ଟର ବିନା ଅନୁମତିରେ ଗଛ ମୂଳରୁ ମାଟି କାଢ଼ି ଦେଇଥିବା ଅଭିଯୋଗ ହୋଇଛି।
ଗଛ ମୂଳରୁ ମାଟି କଢ଼ାଯିବାରୁ ମୂଳ ଦୁର୍ବଳ ହୋଇ କିଛି ଗଛ ସାମାନ୍ୟ ପବନରେ ପଡ଼ିଯାଇଛି। ଆଉ କେଉଁଠି ଗଛ ନଇଁ ହୋଇ ରହିଛି । କେତେବେଳେ ଯେ ଗଛଗୁଡ଼ିକ ପଡ଼ିଯିବ ତାକୁ ନେଇ ଆଶଙ୍କାରେ ରହୁଛନ୍ତି ପଥଚାରୀ । ମାଲକାନଗିରି ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ଗୋବିନ୍ଦପାଲ୍ଲୀ ଘାଟି ରାସ୍ତା ପ୍ରଶସ୍ତ କରିବାକୁ ଏକ କମ୍ପାନୀକୁ ଠିକା ଦିଅାଯାଇଥିଲା। ରାସ୍ତା ନିର୍ମାଣ ପାଇଁ ଗଛ କାଟିବା ଜରୁରୀ ଥିଲା। ଏନେଇ କଂପାନୀ ବନ ବିଭାଗକୁ ଜଣାଇଥିଲେ। ହେଲେ ଅନୁମତି ମିଳିବାରେ ବିଳମ୍ବ ହେବାରୁ ବନ ବିଭାଗ ଗଛ କାଟି ପାରି ନ ଥିଲା ।
ସେପଟେ ଲୋକେ ଅଭିଯୋଗ କରିଛନ୍ତି ଯେ ଉକ୍ତ କମ୍ପାନୀ ଚଞ୍ଚକତାର ସହ ଗଛ ମୂଳରୁ ମାଟି କାଢ଼ି ରାସ୍ତା ତିଅାରି କରିଛି ଓ ଜଂଗଲ ଜମିରୁ ମାଟି ଉଠାଇ ନେଇଛି।
ଏ ନେଇ ମାଥିଲି ରେଂଜର ପର୍ଶୁରାମ ଭୂମିଅା କହିଛନ୍ତି ଜଂଗଲ ଜମିରୁ ମାଟି କାଢ଼ିବା ବେଅାଇନ ହୋଇଥିବାରୁ ରାଜସ୍ୱ ନିରୀକ୍ଷକଙ୍କୁ ଅବଗତ କରାଯାଇଛି।
(ମାଲକାନଗିରିରୁ ଜିତେନ୍ଦ୍ର ବେଉରାଙ୍କ ରିପୋର୍ଟ)