ଆଦିତ୍ୟ ଦାସ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କଲା ପିପୁଲ୍ସ ଫର୍‌ ସେବା ସଂଗଠନ

ଭୁବେନଶ୍ୱର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ପିପୁଲ୍ସ ଫର ସେବା ସଂଗଠନର କର୍ମକର୍ତ୍ତା। କ୍ରାଇମବ୍ରାଞ୍ଚ ତଦନ୍ତରେ ସେମାନେ ସନ୍ତୁଷ୍ଟ ନଥିବା କହିଛନ୍ତି। ଘଟଣା ଘଟିବାର ୪୫ ଦିନ ପରେ ବି ରହସ୍ୟଜନକ ମୃତ୍ୟୁ ଉପରୁ ପର୍ଦ୍ଦା ହଟିନାହିଁ। ତେଣୁ ସିବିଆଇ ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ମାନବ ପିପୁଲ୍ସ ଫର ସେବା ସଂଗଠନର ସଦସ୍ୟମାନେ ଦାବି କରିଛନ୍ତି। ଆଜି ରାଜଧାନୀରେ ସଂଗଠନର ସଦସ୍ୟମାନେ ପ୍ଲାକାର୍ଡ ଧରି ବିକ୍ଷୋଭ କରିଥିଲେ। ସେପଟେ ସିବିଆଇ ତଦନ୍ତ ଦାବିକୁ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ମଧ୍ୟ ସ୍ୱାଗତ କରିଛନ୍ତି।

You might also like