କଟକବାସୀଙ୍କୁ ଘାରିଛି ଜାଇକା ଯନ୍ତ୍ରଣା

କଟକ: କଟକବାସୀଙ୍କୁ ଏବେ ଘାରିଛି ଜାଇକା ଯନ୍ତ୍ରଣା। ଜାଇକାକୁ ନେଇ ବେଶ୍‌ କିଛି ଦିନ ଧରି ସମସ୍ୟା ଘେରରେ କଟକବାସୀ ରହିଥିବା ଦେଖିବାକୁ ମିଳିଛି ।

ଦୀର୍ଘ ଦିନ ଧରି କଟକରେ ଜାଇକା ପ୍ରକଳ୍ପକୁ ନେଇ ରାସ୍ତା ଖୋଳା ଯାଇଛି। ଯାହାକୁ ନେଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ ଲୋକେ। ତେବେ ବର୍ତ୍ତମାନ ସମସ୍ୟା ଆହୁରି ବଢ଼ିଛି।

ଜାଇକା ନିର୍ମାଣ ବେଳେ ବିଭିନ୍ନ ଅଘଟଣ ଘଟଣା ସାମ୍ନାକୁ ଆସିଛି। ହେଲେ ଏବେ ଜାଇକା ପ୍ରକଳ୍ପକୁ ନେଇ ନୂଆ ସମସ୍ୟା ଦେଖା ଦେଇଛି।

ଗତ କିଛି ଦିନ ମଧ୍ୟରେ କଲ୍ୟାଣନଗର ଅଞ୍ଚଳର ଅନେକ ଘର ଜାଇକା ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହୋଇଛି। ଜାଇକା ପ୍ରକଳ୍ପ ଯୋଗୁଁ ଏହି ଅଞ୍ଚଳରେ ଲୋକଙ୍କ ଘରେ ଫାଟ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। କାହାର କାନ୍ଥ ତ ପୁଣି କାହାର ଚଟାଣ ଫାଟି ଯାଇଛି।

ଏପରିକି ଲୋକେ ପାଲ ଟାଣି ଜୀବନ ବିତାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟପଟେ ଏନେଇ ଅଭିଯୋଗ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ସିଏମ୍‌ସି ଡେପୁଟି ମେୟର କହିଛନ୍ତି।

ଘଟଣାକୁ ନେଇ ସ୍ଥାନୀୟଲୋକେ ବହୁବାର ସିଏମ୍‌ସି ଏବଂ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଛନ୍ତି। ହେଲେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ହେଲେ ସିଏମ୍‌ସି ଡିପୁଟି ମେୟର୍ ଅଜୟ ବାରିକ ଏନେଇ ଭିନ୍ନ ମତ ରଖିଛନ୍ତି।

ଏଭଳି ଘଟଣା ନେଇ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ। ଅଭିଯୋଗ ଆସିଲେ ଏନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

 

You might also like