ମୃତ୍ୟୁ ପରେ ଅଛୁଆଁ ହୋଇଗଲେ କରୋନା ଯୋଦ୍ଧା ASI

ଖଲ୍ଲିକୋଟ: ହଜିଗଲା ମାନବିକତା, ଭୁଲି ଗଲେ ମଣିଷପଣିଆ। ମୃତ୍ୟୁ ପରେ ଅଛୁଆଁ ହୋଇଗଲା କରୋନା ଯୋଦ୍ଧା। ଯିଏ ଦିନେ କରୋନା ଯୋଦ୍ଧା ସାଜି କରୋନା ମହାମାରୀ ସମୟରେ କାମ କରୁଥିଲେ, ଆଜି ହସ୍ପିଟାଲ୍‌ ବାହାରେ ପଡ଼ିଛି ତାଙ୍କ ମୃତଦେହ। ଗଞ୍ଜାମ ଜିଲ୍ଲା କୋଦଳାରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଘଟଣା।

କୋଦଳା ମେଡିକାଲ୍ ବାହାରେ କରୋନା ଯୋଦ୍ଧା ପୋଲିସ୍ ଏଏସ୍‌ଆଇ ରବୀନ୍ଦ୍ରନାଥ ବେହେରାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।

ଗତ ୪ ଦିନ ଧରି ରବୀନ୍ଦ୍ର ଜ୍ୱର, କାଶରେ ପୀଡ଼ିତ ଥିଲେ। ଗତକାଲି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କୋଦଳା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ଉଠାଇବାକୁ କେହି ବି ଆସି ନଥିବା ସୂଚନା ମିଳିଛି। ରିପୋର୍ଟ ଲେଖାଯିବା ସୁଦ୍ଧା, ତାଙ୍କ ପରିବାର ଲୋକେ ବି ବର୍ତ୍ତମାନ ସୁଦ୍ଧା ମୃତଦେହକୁ ଗ୍ରହଣ କରି ନାହାନ୍ତି। ଫଳରେ ହସ୍ପିଟାଲ୍ ଭିତରେ ମୃତଦେହକୁ ନ ରଖାଯାଇ ହସ୍ପିଟାଲ୍‌ ବାହାରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।

ସୂଚନାଥାଉ କି, ରବୀନ୍ଦ୍ର ଭଞ୍ଜନଗର କୋର୍ଟରେ କାର୍ଯ୍ୟ କରୁଥିଲେ। ଗତ କିଛି ବର୍ଷ ଧରି ସେ ବେଗୁନିଆପଡ଼ାରେ ରହୁଥିଲେ।

ଯେଉଁ ବ୍ୟକ୍ତି ଦିନେ ସାଧାରଣ ଲୋକଙ୍କ ପାଇଁ କରୋନା ଯୋଦ୍ଧା ସାଜି କରୋନା ମହାମାରୀ ସମୟରେ କାମ କରୁଥିଲେ, ଶେଷରେ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଉପଯୁକ୍ତ ସମ୍ମାନ ମିଳିପାରିନାହିଁ। ଅନ୍ୟପକ୍ଷରେ, ଏହି ଘଟଣା  ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ

କାହିଁକି ଦେବୀଙ୍କ ଘରେ ପଶିଲା CBI ?

ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଇ ବୋଲେରୋରେ ଏମିତି ଚାଲାଣ ହେଉଥିଲା ଗଞ୍ଜେଇ

ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌

ପ୍ରକାଶ ପାଇଲା +୨ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

‘ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି’

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

You might also like