ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣରେ ବିଳମ୍ବକୁ ନେଇ ତେଜିଲା ଅସନ୍ତୋଷ

ରାଉରକେଲା: ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଏନେଇ ଆଜି ରାଉରକେଲା ବିଶ୍ରା ଛକରୁ ଏକ ରାଲି ବାହାରି ରାଉରକେଲା ଷ୍ଟେସନ୍‌ରେ ପହଞ୍ଚିଛି। ସେଠାରେ ଆନ୍ଦୋଳନକାରୀମାନେ ପ୍ରତିବାଦ କରିଛନ୍ତି।

ତାଳଚେର -ବିମଳାଗଡ ପ୍ରକଳ୍ପ ପାଇଁ ୨୦୮୮ ଏକର ଜମି ଆବଶ୍ୟକ ହେଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମାତ୍ର ୪୬୬ ଏକର ଜମି ଅଧିଗ୍ରହଣ କରାଯାଇଛି। ୨୮୯ କିଲୋମିଟର ଲମ୍ବ ତାଳଚେର-ବିମଳାଗଡ ପ୍ରକଳ୍ପର ମାତ୍ର ୩୯ କିଲୋମିଟର କାମ ଶେଷ ହୋଇଛି।

ଏବେ ରାଉରକେଲାରୁ ଭୁବନେଶ୍ୱରକୁ ଦୂରତା ୪୬୨ କିଲୋମିଟର ଥିବା ବେଳେ ତାଳଚେର- ବିମଳାଗଡ ରେଳପଥ ନିର୍ମାଣ ପରେ ଏହି ଦୂରତା ୩୪୭ କିଲୋମିଟରକୁ ହ୍ରାସ ପାଇବ। ତାଳଚେର- ବିମଳାଗଡ ପ୍ରକଳ୍ପ ପାଇଁ ୫୦ବର୍ଷ ପୂର୍ବରୁ ସୁନ୍ଦରଗଡବାସୀ ଦାବି କରି ଆସୁଛନ୍ତି।

You might also like