ବ୍ରହ୍ମଗିରି: ଖାଲଖମା ଭରା ୩ କିଲେମିଟର କଚା ରାସ୍ତାରେ ଦୈନିକ ଯାଆ ଆସ କରୁଛନ୍ତି ୨୦ଟି ଗ୍ରାମର ଲୋକେ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ଡେଲାଙ୍ଗ ଗୋଦାବରୀ ରୋଡ୍ର ଦେଖାଦେଇଛି ଏଭଳି ଦୁରବସ୍ଥା। ଏହାର କିଛି ଅଂଶ ମଣପଡ଼ା ପଞ୍ଚାୟତରେ ରହିଥିବା ବେଳେ ଅନ୍ୟ କିଛି ଅଂଶ ବ୍ରାହ୍ମଣିଆ ପଞ୍ଚାୟତକୁ ଲାଗିଛି। ଦୁଇ ପଞ୍ଚାୟତ ମଧ୍ୟରେ ରାଜନୈତିକ ଛକାପଞ୍ଝା ଲାଗି ରହିଥିବାରୁ ୨୦ ବର୍ଷ ହେବ ରାସ୍ତାରେ ମାଟି ମୁଠାଏ ବି ପଡ଼ିନି। ବର୍ଷା ଦିନରେ ଆଣ୍ଠୁଏ ଖାଲ ସହ କାଦୁଅ ପଚ ପଚ ରାସ୍ତାରେ ସ୍କୁଲ ପିଲାଙ୍କ ସମେତ ଲୋକେ ଯାଅା ଅାସ କରିବାରେ ଅସୁବିଧା ଭୋଗୁଛନ୍ତି।
ଏହି ରାସ୍ତା ଦେଇ ଗମନାଗମନ ବେଳେ ନିତିଦିନିଅା ଦୁର୍ଘଟଣା ଘଟୁଛି, ରାସ୍ତାଦେଇ ଅାମ୍ବୁଲାନ୍ସ କି ବଡ଼ ଗାଡ଼ି ଅାସିପାରୁନି। ଏନେଇ ପ୍ରଶାସନିକ ଅଧିକାରୀଙ୍କ ସହ ରାଜନେତାଙ୍କୁ ଜଣାଇଲେ ବି କେହି ଏହା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।
ସେପଟେ ଏ ନେଇ ବିଡ଼ିଓଙ୍କୁ ପଚାରିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିବାଦ ଯୋଗୁଁ ରାସ୍ତା କାମ ହୋଇପାରୁନଥିବା ସେ କହିଛନ୍ତି। ଏଥିସହ ଖୁବ ଶୀଘ୍ର ସମସ୍ୟାର ସମାଧାନ କରି ବର୍ଷା ପରେ ରାସ୍ତା କାମ ଅାରମ୍ଭ କରାଯିବ ବୋଲି ବ୍ରହ୍ମଗିରି ବିଡିଓ କହିଛନ୍ତି।
ବାରମ୍ବାର ଦାବି କଲେ ବି କେବଳ ମିଳୁଛି ପ୍ରତିଶ୍ରୁତି। ତେବେ ପ୍ରତିଶ୍ରୁତି କେବେ କାମ ଦେଉଛି ଏବେ ତାହାକୁ ଅପକ୍ଷା।