ଜୟପୁରରେ ଦୁଇଦିନିଆ ଅର୍ଥନୈତିକ ଅବରୋଧ

କୋରାପୁଟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି

କୋରାପୁଟ : ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କ୍ରମଶଃ ତେଜିବାରେ ଲାଗୁଛି। ପ୍ରତିବାଦରେ ଅବିଭକ୍ତ କୋରାପୁଟ ଜିଲ୍ଲା ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଜୟପୁରରେ ଦୁଇଦିନିଆ ଅର୍ଥନୈତିକ ଅବରୋଧ କରାଯାଇଛି।

ସହରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ କମିଟି ପକ୍ଷରୁ ବନ୍ଦ କରାଯାଇଛି। ତେବେ ସହରରେ ଦୋକାନ ବଜାର ଖୋଲା ରହିଛି । କୋରାପୁଟ ଜିଲ୍ଲାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗତ ସେପ୍ଟେମ୍ବର ୪ତାରିଖରୁ କମିଟି ପକ୍ଷରୁ ଆନ୍ଦୋଳନ ଜାରି ରହିଛି।

You might also like