ଭୁବନେଶ୍ୱର: ଗତକାଲି ଛାଡ଼ଖାଇ ଥିଲେ ମଧ୍ୟ ଶନିବାର ଥିବାରୁ ଅଧିକାଂଶ ଲୋକ ଆମିଷ ଖାଇନଥିଲେ। ତେଣୁ ଆଜି ହେଉଛି ଅସଲ ଛାଡ଼ଖାଇ। ଏଥିପାଇଁ ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।
ଆଜି ରବିବାର ଥିବାରୁ ବ୍ୟବସାୟ ନେଇ ବ୍ୟବସାୟୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। କିଏ ରୋହି ତ କିଏ ଭାକୁର ଆଉ କିଏ ଚିଙ୍ଗୁଡ଼ି କିଣୁଛି। ତେବେ ମାଂସ ଦୋକାନରେ ଲୋକଙ୍କ ବେଶି ଗହଳି ଦେଖିବାକୁ ମିଳିଛି।
ସମ୍ପୂର୍ଣ୍ଣ ଗୋଟିଏ ମାସ ଧରି ନିରାମିଷ ଖାଦ୍ୟ ଖାଇଥିବା ଆମିଷାଶୀମାନେ ପାଟି ଅରୁଚି ଛଡ଼ାଇବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥା’ନ୍ତି।
ସେପଟେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆମିଷ ଦର ସାମାନ୍ୟ ଅଧିକ ରହିଛି।