• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ଆସନ୍ତାକାଲିଠୁ ସପ୍ତାହନ୍ତ ସଟଡାଉନ୍‌ ଆରମ୍ଭ ହେଉଥିବାରୁ ଆଜି ବିଭିନ୍ନ ମାର୍କେଟରେ ଦେଖିବାକୁ ମିଳିଛି ଗହଳି। ଜରୁରୀ ସାମଗ୍ରୀ ନେବା ପାଇଁ ଭିଡ଼ ଲଗାଇଥିଲେ ଲୋକେ। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି। ଲୋକେ କରୋନା କଟକଣା ଭୁଲି ମାର୍କେଟରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଯିଏ ଯେଉଁଠି ପାଇଲା ସେଇଠି ଗହଳି କରିଥିଲା। କେବଳ ରାଜଧାନୀ ଭୁବନେଶ୍ୱରରେ ନୁହେଁ ବରଂ ସାରା ରାଜ୍ୟରେ ଏମିତି ଚିତ୍ର ଦେଖିବାକୁ ମିଳିଛି। ସେହିପରି ବ୍ରହ୍ମପୁରରେ ମଧ୍ୟ ମାର୍କେଟରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା।

ବାଲେଶ୍ୱରରେ ମଧ୍ୟ ଛକ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଅମାନିଆଙ୍କୁ ସାବାଡ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ କେତେକଙ୍କୁ ଫାଇନ୍ ମଧ୍ୟ କାଟିଛି। ସହଦେବଖୁଣ୍ଟା ପୋଲିସ ଓ ମ୍ୟୁନିସପାଲିଟି ଏନଫୋର୍ସମେଂଟ୍‌ ସ୍ୱ୍କାର୍ଡ଼ ପହଞ୍ଚି ଅମାନିଆଙ୍କୁ ଫାଇନ୍ କରିଛନ୍ତି। କରୋନା ଗାଇଡ୍ ଲାଇନ୍ ଉଲ୍ଲଙ୍ଘନ କରିବା ଅଭିଯୋଗରେ କେତେକ ଦୋକାନୀଙ୍କୁ ମଧ୍ୟ ଫାଇନ୍ କରାଯାଇଛି। କୋରାପୁଟ ଜୟପୁରରେ ମଧ୍ୟ ଦୋକାନ ବଜାରରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସକାଳୁ ସକଳୁ ଜରୁରୀ ସାମଗ୍ରୀ ନେବା ପାଇଁ ଭିଡ଼ ଲଗାଇଥିଲେ ଲୋକେ। କରୋନା ମୁକାବିଲା ଲାଗି ରାଜ୍ୟରେ ୧୪ ଦିନିଆ ଲକଡାଉନ୍‌ ଜାରି ରହିଥିବା ବେଳେ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ଜରୁରୀ ସାମଗ୍ରୀ କିଣିବାକୁ ଅନୁମତି ରହିଛି।

ତେବେ କରୋନା ରାଜ୍ୟରେ କମିବାରେ ନା ନେଉନାହିଁ। ବରଂ ପୁଣି ଆଜି କରୋନା ଗ୍ରାଫ୍ ଉପରମୁହାଁ ଥିବା ଦେଖିବାକୁ ମିଳିଛି।ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨,୩୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୨,୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼ ଓ ତୃତୀୟ ସ୍ଥାନରେ କଟକ ରହିଛି। ଏହି ୨ଟି ସ୍ଥାନରୁ ଯଥାକ୍ରମେ ୮୮୨ ଓ ୭୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ୧୨,୩୯୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେନ୍‌ଣ୍ଟାଇନ୍‌ରୁ ୬,୯୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ୍‌ କେସ୍‌ ୫,୪୫୨ ରହିଛି। ଦିନକରେ ଖୋର୍ଦ୍ଧାରୁ ସର୍ବାଧିକ ୨,୨୦୧ ଆକ୍ରାନ୍ତ ଚିହ୍ନଟ ହେବାପରେ ଚିନ୍ତା ଆହୁରି ବଢ଼ିଛି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୭୩ରେ ପହଞ୍ଚିଛି।

ସେପଟେ, ରାଜ୍ୟରେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା ସାମନ୍ୟ ହ୍ରାସ ପାଇ ଏବେ ଫ୍ଲାଟ ସ୍ଥିତିରେ ରହିଛି। ଦୈନିକ ସଂକ୍ରମଣ ଆଗରୁ ୧୨ ହଜାର ଥିବାବେଳେ ଏବେ ୧୦ହଜାର ଟ୍ରେଣ୍ଡ ଚାଲିଛି। ଏହା ଗତକାଲି କହିଥିଲେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ। ତେବେ ସମସ୍ତେ କୋଭିଡ ଗାଇଡ଼ ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେହିପରି ଗାଁରେ ସଂକ୍ରମଣ ବଢୁଥିବା ନେଇ ସେ କହିଛନ୍ତି, ଗାଁ ଲୋକମାନେ ସହରକୁ ଯିବା ଆସିବା କରୁଛନ୍ତି। କୋଭିଡ ଗାଇଡ଼ ଲାଇନ ନମାନି ଛୋଟ ଛୋଟ ମେଳା ମହୋତ୍ସବ କରୁଛନ୍ତି। ଯଦି ୧୯ ତାରିଖ ଭିତରେ ନିୟନ୍ତ୍ରିତ ଅବସ୍ଥାକୁ ନାଆସିଲା ତେବେ ସରକାର ଲକ ଡାଉନ ପାଇଁ ପୁଣି ବାଧ୍ୟ ହେବେ ବୋଲି କହିଛନ୍ତି।

People-croud-in-market-today
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories