ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ମାଡ଼

ବଲାଙ୍ଗିର: କୋଭିଡ୍ କେୟାର ଆଇସୋଲେସନ କେନ୍ଦ୍ରରେ ତୁମୁଳକାଣ୍ଡ। ଯୁବକଙ୍କ ମୃତ୍ୟୁକୁ ନେଇ ଆଇସୋଲେସନ କେନ୍ଦ୍ରରେ ଭଙ୍ଗାରୁଜା ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ଭୀମଭୋଇ ମେଡିକାଲ କଲେଜରେ।

ଆଜି ଆଇସୋଲେସନ ସେଣ୍ଟରରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲେ। ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

ଏହାକୁ ପ୍ରତିବାଦ କରି ରୋଗୀଙ୍କ ସମ୍ପର୍କୀୟ ଭୀମଭୋଇ ମେଡିକାଲ କଲେଜ ଆଇସୋଲେସନ ସେଣ୍ଟରରେ ଭଙ୍ଗାରୁଜା କରିଥିଲେ। ଲୋକଙ୍କ ମାଡ଼ରେ ଜଣେ ଡାକ୍ତର ଗୁରୁତର ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସେପଟେ ଡାକ୍ତରଙ୍କୁ ମାଡ଼ ପ୍ରତିବାଦରେ ଅନ୍ୟ ଡାକ୍ତର ଓ କର୍ମଚାରୀମାନେ ଧାରଣା ଦେଇଥିବା ସୂଚନା ମିଳିଛି।

You might also like