ଫୋନିର ୨ ଦିନ ପରେ ବି ବିପନ୍ନଙ୍କ ପାଖରେ ପହଞ୍ଚିନି ପ୍ରଶାସନ

ରିଲିଫ୍ ଓ ଥଇଥାନକୁ ନେଇ ତାତିଲେ ବାତ୍ୟା ବିପନ୍ନ

ଭୁବନେଶ୍ୱର : ରିଲିଫ୍ ଦାବିରେ ତହସିଲ୍ ଅଫିସ୍‌ରେ ତାଲା। ବାତ୍ୟା ବିପନ୍ନ ଓ ପୁଲିସ୍ ମଧ୍ୟରେ ପାଟିତୁଣ୍ଡ, ଧସ୍ତାଧସ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକରେ।

ବାତ୍ୟାର ୨ ଦିନ ପରେ ବି ସରକାରୀ ସହାୟତା ପହଞ୍ଚି ନଥିବାରୁ କ୍ଷୁବ୍ଧ ହୋଇଛନ୍ତି କ୍ଷତିଗ୍ରସ୍ତ। ପ୍ରତିବାଦରେ ବ୍ଲକ୍ ଓ ତହସିଲ୍ ଅଫିସ୍ ଘେରାଉ କରିଥିଲେ। ପୁରୀ ଜିଲ୍ଲାରେ ବି ସମାନ ଚିତ୍ର। ୪୮ ଘଣ୍ଟା ପରେ ବି ରିଲିଫ୍ ପହଞ୍ଚି ନଥିବାରୁ ଚନ୍ଦନପୁର ବାଇପାସ୍ ରାସ୍ତାରେ ଶହ ଶହ ଲୋକ କରିଛନ୍ତି ରାସ୍ତାରୋକ।

ରିଲିଫ୍ ସହ କ୍ଷୟକ୍ଷତି ଆକଳନ କରି ଶୀଘ୍ର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ। ମାଳତୀପାଟପୁର ନିକଟରେ ବି ରିଲିଫ୍ ଦାବିରେ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଫଳରେ ଦୀର୍ଘ ସମୟ ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।ସେପଟେ ବ୍ରହ୍ମଗିରି ବ୍ଳକ୍ ଅଫିସ୍‌ରୁ ବିପନ୍ନମାନେ ଗତକାଲି ରିଲିଫ୍ ସାମଗ୍ରୀ ଜୋର୍ ଜବରଦସ୍ତ ନେଇଯାଇଥିବା ସୂଚନା ମିଳିଛି।

ବାତ୍ୟା ଫୋନିର ତାଣ୍ଡବରେ ଭାଙ୍ଗିଛି ହଜାର ହଜାର କଚ୍ଚା ଘର ଓ ଗଛ। ଉପଡିଛି  ବିଦ୍ୟୁତ ଖୁଣ୍ଟ, ଭାଙ୍ଗିଛି ଟେଲିଫୋନ୍ ଟାଓ୍ୱାର୍। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସ୍କୁଲ୍‌ଘର, ଭିତ୍ତିଭୂମି ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ପରର ସ୍ଥିତି ନେଇ ସମୀକ୍ଷା କରିବା ପରେ ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

 କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାଗୁଡ଼ିକରେ ଅତିରିକ୍ତ ଏକ ମାସର ଭତ୍ତା ପ୍ରଦାନ ସହ ସଂପୂର୍ଣ୍ଣ ଭାବେ ଭାଙ୍ଗିଥିବା ଘର ପାଇଁ ୯୫ ହଜାର ୧ଶହ, ଆଂଶିକ ପାଇଁ ୫ହଜାର ୨ଶହ ଓ ଅତିକମ୍ କ୍ଷତିଗ୍ରସ୍ତ ହୋଇଥିବା ଘର ପାଇଁ ୩ ହଜାର ୨ଶହ ଟଙ୍କା  ସହାୟତା ମିଳିବ।

ସେହିପରି ପୁରୀ ଜିଲ୍ଲାରେ କ୍ଷତିଗ୍ରସ୍ତଙ୍କ ପାଇଁ ୫ କିଲୋ ଲେଖାଏଁ ଚାଉଳ ଓ ୨ହଜାର ଟଙ୍କା, ଖୋର୍ଦ୍ଧା ଜିଲ୍ଲାରେ ବିପନ୍ନଙ୍କ ପାଇଁ ଏକ ମାସର ଅଧିକ ଚାଉଳ ଓ ଏକ ହଜାର ଟଙ୍କା ଏବଂ କଟକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ ୫ଶହ ଟଙ୍କା ସହ ଅତିରିକ୍ତ ଏକ ମାସର ଚାଉଳ ପ୍ରଦାନ କରାଯିବ। ତାସହ ପୁରୀ ଓ ଭୁବନେଶ୍ୱରରେ ପାନୀୟ ଜଳ ଓ ବିଦ୍ୟୁତ ସେବା ସ୍ୱାଭାବିକ କରିବାକୁ ଉଦ୍ୟମ ହେଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ପ୍ରଭାବିତ ଅଂଚଳରେ ବିଭିନ୍ନ ଆଶ୍ରୟସ୍ଥଳରେ ଥିବା ଲୋକମାନଙ୍କୁ ୧୫ ଦିନ ପାଇଁ ରନ୍ଧା ଖାଦ୍ୟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ନୌସେନା ପକ୍ଷରୁ ପୁରୀରେ ଖାଦ୍ୟ ପ୍ୟାକେଟ୍ ଏୟାର ଡ୍ରପିଙ୍ଗ୍ ହୋଇଛି। କୋଷ୍ଟଗାର୍ଡ ପକ୍ଷରୁ ମଧ୍ୟ ପାରଦୀପ ଓ ଗୋପାଳପୁରରେ ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

You might also like