ପାଣି ପାଇଁ ଡହଳବିକଳ ଗ୍ରାମବାସୀ

ଗଞ୍ଜାମ/ରାୟଗଡ଼ା (ପ୍ରଦୀପ କୁମାର/ ମନୋଜ ପାତ୍ର): ଭଲକି ପିଇବା ପାଣି ଟୋପେ ବି ମିଳୁନି। ମାଇଲ୍ ମାଇଲ୍ ବାଟ ଚାଲି ଚାଲି ଗଲା ପରେ ବି ଯେଉଁ ଟୋପାଏ ପାଣି ମିଳୁଛି ତାହା ପ୍ରକୃତରେ ପିଇବା ଯୋଗ୍ୟ ନୁହେଁ।  ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ କନ୍ଧସାରଳା ଗ୍ରାମବାସୀ ଏଭଳି ଦୟନୀୟ ଅବସ୍ଥାରେ ପାଣି ପାଇଁ ଛଟପଟ ହେଉଛନ୍ତି।

ଗାଁ ରେ ମହିଳା ମାନେ କୋଷ କୋଷ ବାଟ ଅତକ୍ରମ କରି ନଦୀ ପଠାରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ସେହି ଦୂଷିତ ପାଣି ନେଇ ବ୍ୟବହାର କରୁଛନ୍ତି। ହେଲେ ତାଙ୍କ ପାଖରେ ପାନୀୟ ଜଳ ପାଇଁ ଅନ୍ୟ କିଛି ବିକଳ୍ପ ନାହିଁ।

୧୫ ବର୍ଷ ତଳେ ଗାଁ ରେ ଏକ ଠିକା ସଂସ୍ଥା ଦ୍ୱାରା ପରିମଳ ଓ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ହେଁ ରକ୍ଷଣାବେକ୍ଷଣ ଅଭାବରୁ ଏବେ ତାହା ଭାଙ୍ଗିରୁଜି ପଡ଼ିଛି। ଅନ୍ୟ ପକ୍ଷରେ ଗାଁରେ ଗୋଟିଏ ମାତ୍ର ନଳକୂଅ ଥିବା ବେଳେ ସେଥିରୁ  କେବଳ ଗୋଳିଆ ପାଣି ହିଁ ବାହାରୁଛି। ସେହିପରି ଗାଁ ରେ ଯେଉଁ ଗୋଟିଏ କୂଅ ରହିଛି ତା’ ଅବସ୍ଥା ନ କହିବା ଭଲ।

ଖାଲି କନ୍ଧସାରଳା ଗାଁ ନୁହେଁ ସ୍ଥାନୀୟ କୋକଳବା ପଞ୍ଚାୟତର ମଶାବାଡ଼ି ଗାଁରେ ବି ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ଗାଁରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେବା ସହ ଷ୍ଟାଣ୍ଡ ପୋଷ୍ଟ ବସିଥିଲେ ବି ସେଥିରୁ ପାଣି ବାହାରିବାର ନାଁ ଗନ୍ଧ ନାହିଁ।

ଗାଁରେ ଥିବା ଅଧିଂକାଶ ନଳକୂଅ ଅଚଳ ଥିବା ବେଳେ ଯେଉଁ ଗୋଟିଏ ଭଲ ଅଛି, ସେଥିରୁ ଦୂଷିତ ପାଣି ବାହାରୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ବାଧ୍ୟ ହୋଇ କୂଅ ଓ ନଳକୂଅର ଦୂଷିତ ପାଣି ବ୍ୟବହାର କରି ଲୋକେ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ସ୍ଥାନୀୟ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ କହିଛନ୍ତି ଏହି ଘଟଣାକୁ ତୁରନ୍ତ ସମାଧାନ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ।

ସେହିପରି ରାୟଗଡ଼ା ଜିଲ୍ଲା ସଦର ବ୍ଲକ ବାରିଝୋଲା ଗାଁରେ ଜଳକଷ୍ଟ ଆଉ ଏକ ଦୁସ୍ଥ ଚିତ୍ର ଦେଖିବାକୁ ମିଳିଛି। ଗାଁ ଲୋକେ ଗାତ ଖୋଳି ଭଙ୍ଗା ପାଇପରୁ ଜଳ ସଂଗ୍ରହ କରୁଛନ୍ତି। ଯେଉଁ ପାଣିରେ ବାସନ ମାଜିବା କଥା ନୁହେଁ ସେଇ ପାଣିକୁ ଲୋକେ ପିଇବା ପାଇଁ ବ୍ୟବହାର କରୁଛନ୍ତି। ଓଭରହେଡ ଟ୍ୟାଙ୍କ ନ ଥିବାରୁ ପାନୀୟ ଜଳ ପ୍ରକଳ୍ପ କାମରେ ଆସୁନାହିଁ।

ଏଣେ ୬ଟି ନଳକୂପରୁ ଅଧିଂକାଶ ଖରାପ ଥିବା ବେଳେ ବ୍ୟବହାର ନ ହୋଇ ଷ୍ଟାଣ୍ଡ ପୋଷ୍ଟ ଓ ପାଇପ୍ ଗୁଡିକ ଭାଙ୍ଗିରୁଜି ଗଲାଣି। ସେପଟେ ନିର୍ବାହୀ ଯନ୍ତ୍ରୀ ଘଟଣାକୁ ସ୍ୱୀକାର କରିବା ସହ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି।

 

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like