• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଯାଜପୁର (ଅଭୟ ପତି): ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ‘ରଙ୍ଗଶାଳା’ କୁହାଯାଉଥିବା ଗେଷ୍ଟ ହାଉସ ଭାଙ୍ଗିବ ପ୍ରଶାସନ। ଗେଷ୍ଟ ହାଉସଟି ସରକାରୀ ଜମିରେ ନିର୍ମାଣ ହୋଇଥିବାରୁ ତହସିଲଦାରଙ୍କ ରିପୋର୍ଟ ପରେ ଭାଙ୍ଗିବା ପାଇଁ ସ୍ଥିର କରାଯାଇଛି। ତେବେ ବର୍ତ୍ତମାନ ତଦନ୍ତ ଚାଲିଥିବାରୁ ଗେଷ୍ଟ ହାଉସ୍‌ ଭଙ୍ଗାଯିବ ନାହିଁ। ତଦନ୍ତ ଶେଷ ପରେ ଗେଷ୍ଟ ହାଉସ୍‌ ଭଙ୍ଗାଯିବ ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି।

ଜିଲ୍ଲାପାଳ କହିଛନ୍ତି-“ଗେଷ୍ଟ ହାଉସ୍ ଚାରିପାଖରେ ୧୪୪ ଧାରା ଜାରି କରାଯାଇଛି। ସେହି ଗେଷ୍ଟ ହାଉସ୍‌ ଭିତରକୁ ପ୍ରବେଶ ଉପରେ ରୋକ ଲଗାଯାଇଛି।”

ଗେଷ୍ଟ ହାଉସ୍‌ ଭିତରେ ଲାଗିଥିବା ସିସିଟିଭି କୁଆଡେ ଗଲା ପ୍ରଶ୍ନରେ ଜିଲ୍ଲାପାଳ କହିଥିଲେ, ବର୍ତ୍ତମାନ ମାମଲାର ତଦନ୍ତ ଚାଲିଥିବାରୁ ସେ ସମ୍ପର୍କରେ କିଛି କହିହେବ ନାହିଁ।

ଗତ ୧୬ ତାରିଖରେ ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ଅଧିକାରୀ ସ୍ମିତାରାଣୀ ଭତ୍ତା ବାଣ୍ଟିବା ପାଇଁ ଯାଇଥିଲେ। ସେଠାରେ ସରପଞ୍ଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କ ସହିତ ମିଶି ଭତ୍ତା ବାଣ୍ଟିଥିଲେ। ତେବେ ଖରାବେଳେ ସେ ଖାଇବା ପାଇଁ ସରପଞ୍ଚଙ୍କ ଗେଷ୍ଟ ହାଉସ୍‌(ରଙ୍ଗଶାଳା)କୁ ଯାଇଥିଲେ। ଖାଇବା ପୂର୍ବରୁ ସେ ବାଥ୍‌ରୁମ୍‌ ଯିବା ପାଇଁ ଅଫିସ ଉପର ମହଲାକୁ ଯାଇଥିଲେ। ହେଲେ ସେଠାରେ ରୁମ୍‌ ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ସରପଞ୍ଚଙ୍କ ସ୍ୱାମୀ କହିଛନ୍ତି।

ପିଇଓ ସ୍ମିତାରାଣୀ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି। ସ୍ମିତାରାଣୀଙ୍କ ପରିବାର ଲୋକେ ଏପରି ଅଭିଯୋଗ ଆଣିବା ପରେ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଜେପି ଓ କଂଗ୍ରେସ। ନିରପେକ୍ଷ ତଦନ୍ତ ଓ ଅଭିଯୁକ୍ତଙ୍କ ଗିରଫ ଦାବି, ଯାଜପୁର ବନ୍ଦ ଡାକରା ପରେ ପୁଲିସ ସରପଞ୍ଚଙ୍କ ସ୍ୱାମୀ ରୂପେଶକୁ ପୁଲିସ ଗିରଫ କରିଥିଲା। ତଥାପି ବିରୋଧୀ ଚୁପ୍‌ ହୋଇନଥିଲେ। ଏହି ଅତ୍ୟାକାଣ୍ଡରେ ଶାସକ ଦଳର ଲିଙ୍କ୍‌ ଯୋଡ଼ିବା ସହିତ ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବି କରିଛି ବିରୋଧୀ।

https://youtu.be/mjfxBEyzyWQ

Peo-smitarani-death-issue-ccused-rupesh-bhadras-guest-house-is-on-government-land-and-it-will-be-demolished-after-investigation
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories