PEO କହିଲେ- ଟଙ୍କା ନ ଦେଲେ ସରକାରୀ କ୍ୱାରେଣ୍ଟିନ୍ ‌ସେଣ୍ଟରରେ ରହିବା ପାଇଁ ମିଳିବନି ଅନୁମତି

ଖୋର୍ଦ୍ଧା: ସରକାରୀ କ୍ୱାରେଣ୍ଟିନ୍ ‌ସେଣ୍ଟରରେ ରହିବା ପାଇଁ ବିଦେଶ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କଠାରୁ ଜଣେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(Panchayat Executive Officer) ଟଙ୍କା ମାଗିବା ଘଟଣାର ଦୃଶ୍ୟ ଏବେ ଭାଇରାଲ୍‌ ହୋଇଛି। ସରକାରୀ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିବାକୁ ହେଲେ ଟଙ୍କା ଦେବାକୁ ପଡ଼ିବ ନହେଲେ ରହିବା ପାଇଁ ଅନୁମତି ମିଳିବ ନାହିଁ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ(PEO) ଜଣକ କହୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡା ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ କୁମାର ରାୟଗୁରୁଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। ସେ ଏକ କୋଭିଡ୍‌ ସେଣ୍ଟର ଦାୟିତ୍ୱରେ ଅଛନ୍ତି।

୧୬ ଦିନ ରହିବା ପାଇଁ ଦୈନିକ ୧୨୦ଟଙ୍କା ହିସାବରେ ୧୯ ଶହ ୨୦ଟଙ୍କା ଏବଂ ସାମଗ୍ରୀ ବ୍ୟବହାର ବାବଦକୁ ୧ ହଜାର ଟଙ୍କା ଦେବା ପାଇଁ ଅଜୟ କୁମାର କୁମାର କହୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଅଜୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅନ୍ୟପକ୍ଷରେ, OTVରେ ଖବର ପ୍ରସାରଣ ପରେ ଖୋର୍ଦ୍ଧା ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି।

ଆହୁରି ପଢ଼ନ୍ତୁ

‘ପୁରୀ ଆସନି, ଘରେ ରହି କାର୍ତ୍ତିକ ବ୍ରତ କର’

OUAT ପ୍ରଫେସରଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

ଅଧାରେ ରହିଗଲା ଫେସ୍‌ବୁକ୍ ପ୍ରେମ, ବିବାହ ବେଦୀରୁ ଉଠାଇ ନେଲା ପୋଲିସ୍

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

‘ପୋଲିସ୍‌ ସାର୍‌ ବାଡ଼ିରେ ମୋତେ ପିଟି ପକାଇଲେ’

ଆଶ୍ଚର୍ଯ୍ୟ ! ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ

ରାଜ୍ୟରେ ୧୩  କରୋନା ରୋଗୀଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧,୬୧୭ ପଜିଟିଭ୍‌ ଚିହ୍ନଟ

ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ ଲକ୍ଷ

ଘୁଞ୍ଚିଲା ଓଡ଼ିଶା ସିଭିଲ୍‌ ସର୍ଭିସ-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷା

ମାମୁଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ଭଣଜା

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

You might also like