ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ !

ଯାଜପୁର: ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ହୋଇପାରେ। ଏହି ସମ୍ବେଦନଶୀଳ ଘଟଣାରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ ପାଇଁ ପୁଲିସ ଡିଜିଙ୍କୁ ଲେଖାଯାଇଥିବା ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା।

ସେ କହିଛନ୍ତି, କମିଶନ ଠିକ୍ ଭାବେ ଘଟଣାର ତଦନ୍ତ କରିଛନ୍ତି। ଆଉ କିଛି ଦିଗ ବାକି ଥିବାରୁ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ସେ ସୁପାରିସ କରିଥିବା କହିଛନ୍ତି। ତେବେ ଘଟଣାକୁ ନେଇ ରାଜନୀତିକରଣ ନକରିବାକୁ ନିବେଦନ କରିଛନ୍ତି ମହିଳା କମିଶନ। ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଗିରଫ ହୋଇଛନ୍ତି ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର।

You might also like