ଆଜିଠାରୁ ଆରମ୍ଭ ହୋଇଛି ‘ପିଠା’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ସରକାରର ବିଭିନ୍ନ ଯୋଜନା ସମ୍ପର୍କରେ ପଞ୍ଚାୟତସ୍ତରରେ ଲୋକଙ୍କୁ ସଚେତନ କରିବାକୁ ଆଜିଠାରୁ ଆରମ୍ଭ ହୋଇଛି ‘ପିଠା’ କାର୍ଯ୍ୟକ୍ରମ। ‘ପିଠା’ ବା ପିପୁଲ୍‌ସ ଏମ୍ପାଓ୍ୱାରମେଣ୍ଟ-ଏନାବ୍‌ଲିଂ ଟ୍ରାନ୍ସପେରେନ୍ସି ଆଣ୍ଡ ଆକାଉଣ୍ଟବିଲିଟି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟବାସୀଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଇବା ସହିତ ସେମାନଙ୍କ ହକ୍‌ ଲୋକଙ୍କ ନିକଟରେ ସିଧାସଳଖ ପହଞ୍ଚାଇବା ମୁଖ୍ୟ ଲକ୍ଷ୍ୟ। ରାଜ୍ୟର ୩୧୪ଟି ବ୍ଲକର ସମସ୍ତ ପଞ୍ଚାୟତରେ ପ୍ରତିମାସ ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ‘ପିଠା’ କ୍ୟାମ୍ପର ଆୟୋଜନ କରାଯିବ।

ଏହି ଅବସରରେ ଗଂଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଆୟୋଜିତ ହୋଇଥିଲା ‘ପିଠା’ କାର୍ଯ୍ୟକ୍ରମ। ଆସିକା ବ୍ଲକ୍‌ ବଡଖୋଲି ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏଥିରେ ପଞ୍ଚାୟତ ପ୍ରତିନିଧିଙ୍କ ସହ ଶତାଧିକ ସଂଖ୍ୟାରେ ଗ୍ରାମବାସୀ ସାମିଲ ହୋଇଥିଲେ। ଏଠାରେ ହିତାଧିକାରୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯିବା ସହ ସେବାଗୁଡିକୁ ଯୋଗାଇବା ସମ୍ପର୍କରେ ଆଲୋଚନା ହୋଇଥିଲା।

You might also like