କଟକ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

କଟକ: ଦୁର୍ଗାପୂଜା ପାଇଁ କଟକ ସହିଦ ଭବନଠାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଶାନ୍ତିଶୃଙ୍ଖଳାର ସହ ପୂଜା, ଟ୍ରାଫିକ ବ୍ୟବସ୍ଥା, ପୂଜା ମଣ୍ଡପରେ ପ୍ଲାଷ୍ଟିକ କଟକଣା ସହ ନିଶାମୁକ୍ତ ଶୋଭାଯାତ୍ରା ଭଳି ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

ଏଥିସହ ଷଷ୍ଠୀରୁ ଦଶମୀ ଯାଏ ରାତି ୧୦ଟା ପରିବର୍ତ୍ତେ ୧୨ଟା ପର୍ଯ୍ୟନ୍ତ ମେଲୋଡି ଆୟୋଜନ କରାଯିବାକୁ ଶାନ୍ତି କମିଟି ଓ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା। ବୈଠକରେ ପୁଲିସ୍‌ କମିଶନର ସତ୍ୟଜିତ ମହାନ୍ତି, କଟକ ଡିସିପି ଅଖିଳେଶ୍ୱର ସିଂଙ୍କ ସମେତ ଶାନ୍ତି କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ।

You might also like