ସସପେଣ୍ଡ ହେଲେ ପିସିଆର୍ ଷ୍ଟାଫ୍

ପୁଲିସ ଉପସ୍ଥିତିରେ ଜଣେ ବ୍ୟକ୍ତିଙ୍କୁ ନିର୍ଧୁମ୍ ମାଡ଼

ଭୁବନେଶ୍ୱର :  ରାଜଧାନୀରେ ପୁଲିସ ଉପସ୍ଥିତିରେ ଜଣେ ବ୍ୟକ୍ତିଙ୍କୁ ନିର୍ଧୁମ୍ ମାଡ଼ । ଆଉ ଏଥିପାଇଁ କର୍ତ୍ତବ୍ୟରେ ଅବହେଳା ଲାଗି ସସପେଣ୍ଡ ହୋଇଛନ୍ତି ଜଣେ ପିସିଆର୍ ଷ୍ଟାଫ୍ । କାର୍ ପାର୍କିଂକୁ ନେଇ ପ୍ରଥମେ ପାଟିତୁଣ୍ଡ ଏବଂ ପରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ ୩ ଦୁର୍ବୃତ୍ତ।

ଆକ୍ରମଣରେ ସାମିଲ ୩ ଜଣ ଯୁବକ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ପୁଲିସ। ଘଟଣା ଘଟିଛି ଲକ୍ଷ୍ମୀ ସାଗର ଥାନା ଅଞ୍ଚଳରେ । ଆକ୍ରମଣର ଶିକାର ବ୍ୟକ୍ତି ଜଣଙ୍କ ହେଉଛନ୍ତି ପରବିନ୍ଦର ପାଲ ସିଂହ ଏବଂ ସେ ଭଗବାନ ଟାୱାରର ଟ୍ରେଜର ରହିଛନ୍ତି ।  ସେପଟେ ଲକ୍ଷ୍ମୀସାଗର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତନାଘନା ଚଳାଇଛି।

You might also like