ନାଳପାଣି ଯୋଗୁ ହାତୀର ମୃତ୍ୟୁ ଘଟିଲା-ଶଶୀ ପଲ୍

ଭବାନୀପାଟଣା:କଳାହାଣ୍ଡି କର୍ଲାପାଟ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା ଏବେ ନୂଆ ମୋଡ ନେଇଛି। ନାଳପାଣି ପିଇ ହାତୀ ମରିଥିବା ସନ୍ଦେହ କରାଯାଉଛି ବୋଲି କହିଛନ୍ତି PCCF ଶଶୀ ପଲ୍।  ନାଳପାଣିରେ ଥିବା ବ୍ୟାକ୍ଟେରିଆରୁ ହାତୀ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ହାତୀ ଦେହରେ ସେପ୍ଟିସେମିଆ ଭୂତାଣୁ ଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଗାଈଗୋରୁଙ୍କ ଦେହରୁ ଏହା ବ୍ୟାପିଥିବା ସନ୍ଦେହ କରାଯାଉଛି॥ ସଂପୃକ୍ତ ଅଞ୍ଚଳକୁ ଅନ୍ୟ ହାତୀ ନପଶିବା ପାଇଁ ବନ କର୍ମଚାରୀ ସଜାଗ ରହିଛନ୍ତି। ସଂପୃକ୍ତ ଅଞ୍ଚଳରେ ପୋଖରୀ ଓ ଜଳାଶୟକୁ ବିଶୋଧନ କରାଯାଉଛି।  ନିକଟ ଗାଁର ଗାଈଗୋରୁଙ୍କୁ ଟିକାକରଣ କରାଯାଉଥିବା PCCF ଶଶୀ ପଲ୍‌ ସୂଚନା ଦେଇଛନ୍ତି।

PCCF ଶଶୀ ପଲ୍‌ଙ୍କ କହିଛନ୍ତି ‘ନାଳ କଡରେ ହାତୀର ଶବ ପଡ଼ିଥିବା ଦେଖିବାକୁ ମିଳିଛି। ତେଣୁ ନାଳ ପାଣି ମାଧ୍ୟମରେ  ଏକ ବ୍ୟାକ୍ଟେରିଆଲ ଡିଜିଜ୍‌ରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ସେଠାରେ ଥିବା ଜଳାଶୟକୁ ବିଶୋଧନ କରାଯାଇଛି।’

ସୂଚନାଥାଉ କି,  କର୍ଲାପାଟ ଅଭୟାରଣ୍ୟ ଭିତରେ ଗତ ୧୧ ଦିନରେ ୩ଟି ହାତୀର ମୃତ୍ୟୁ ଘଟିଲାଣି।  ଚଳିତ ମାସ ୧ ତାରିଖରେ ଓ  ୮ ତାରିଖରେ ୨ଟି ହାତୀ ଆଖି ବୁଜିଥିଲେ।  କିଛି ଦିନ ବ୍ୟବଧାନ ପରେ ପୁଣି  ଏକ ହାତୀର ମୃତଦେହ ଘୁଷୁରିଗୁଡି ଝରଣା ନିକଟରୁ ମିଳିଛି । ଖବର ପାଇ ଦକ୍ଷିଣ ବନଖଣ୍ଡର ଡ଼ିଏଫଓ  ଟି ଅଶୋକ କୁମାର  ଘଟଣାସ୍ଥଳକୁ  ଯାଇ ତଦନ୍ତ କରିଥିଲେ । ଏହାସହ  ବ୍ୟବଚ୍ଛେଦ ପରେ ହାତୀର ମୃତଦେହକୁ ପୋତି ଦିଆଯାଇଛି।

ଅଭୟାରଣ୍ୟ ଭିତରେ ଏତେ ସଂଖ୍ୟକ ହାତୀ ମୃତ୍ୟୁ ଘଟଣାକୁ ନେଇ ବନବିଭାଗ ଚିନ୍ତାରେ ଥିବାବେଳେ ପରିବେଶବିଦ୍‌ମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। 

You might also like