ମୁଖ୍ୟମନ୍ତ୍ରୀ ଦେଶରେ ପ୍ରଥମ କିନ୍ତୁ ରାଜ୍ୟ ତଳଆଡ଼ୁ ପ୍ରଥମ: ନିରଞ୍ଜନ

ଭୁବନେଶ୍ୱର: ସବୁ କ୍ଷେତ୍ରରେ ଓଡ଼ିଶା ତଳ ଆଡୁ ୧ ନମ୍ବର। ସିଏଜି ରିପୋର୍ଟକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ପୂର୍ତ୍ତ, NREGS, ଜଳସେଚନ ସବୁ କ୍ଷେତ୍ରରେ ଦୁର୍ନୀତି ହୋଇଛି। ମାସ୍କ କିଣା ଦୁର୍ନୀତିରେ ଲୋକାୟୁକ୍ତ ତଦନ୍ତ ଦାୟିତ୍ୱ ଭିଜିଲାନ୍ସକୁ ଦେଲେ। ଅନ୍ୟ ରାଜ୍ୟ ମାସ୍କ ୩ ଟଙ୍କାରେ କିଣିଥିବା ବେଳେ ଓଡ଼ିଶା ୧୬ ଟଙ୍କାରେ କିଣିଛି। କରୋନା ଏମାନଙ୍କ ପାଇଁ କରୁଣା ହୋଇଗଲା ନିରଞ୍ଜନ କହିଛନ୍ତି। ଓରମାସ୍ ନିଯୁକ୍ତି କ୍ଷେତ୍ରରେ ୭୭ ପ୍ରତିଶତ ଫେକ୍ ନିଯୁକ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ଦେଶରେ ୧ ନଂ, କିନ୍ତୁ ସବୁ କ୍ଷେତ୍ରରେ ଓଡ଼ିଶା ତଳ ଆଡୁ ୧ ନମ୍ବର ବୋଲି ନିରଞ୍ଜନ କହିଛନ୍ତି।

ସିଏଜି ରିପୋର୍ଟ ଉପରେ ପ୍ରେସ୍‌ମିଟ୍‌ କରି ୨୦୧୮-୧୯ ବର୍ଷର ବିଭିନ୍ନ ଅନିୟମିତତା ନେଇ ସୂଚନା ଦେଇଛନ୍ତି ପ୍ରିନ୍ସପାଲ ଏଜି। ସମବାୟ ବ୍ୟାଙ୍କ କୃଷି ଋଣରେ ବ୍ୟାପକ ଅନିୟମିତତା ନେଇ ସେ କହିଛନ୍ତି ଯେ, ପୁରୁଣା ଋଣ ପରିଶୋଧ ପାଇଁ ଚାଷୀଙ୍କୁ ନୂଆ ଋଣ ଦିଆଯାଇଥିଲା। ଏହା ବିଜ୍ଞ ଉପାୟ ନଥିଲା ତେଣୁ ଚାଷୀ ଚିରସ୍ଥାୟୀ ଭାବେ ଋଣୀ ହେବା ଆଶଙ୍କା ରହିଛି।

ଖାଲି ସେତିକି ନୁହେଁ କିଷାନ କ୍ରେଡିଟ୍ କାର୍ଡକୁ ନେଇ ସଙ୍ଗୀନ ତଥ୍ୟ ରଖିଛନ୍ତି ପ୍ରିନ୍ସପାଲ ଏଜି। ସେ କହିଛନ୍ତି, ଚାଷୀଙ୍କୁ ନ ପଚାରି କିଷାନ କ୍ରେଡିଟ୍ କାର୍ଡ ତିଆରି ହୋଇଥିଲା ପରବର୍ତ୍ତୀ ସମୟରେ ତାହା ବଣ୍ଟନ ନହେବାରୁ ଏକ୍ସପାୟରି ହୋଇଥିଲା। ଫଳରେ ୧୭ କୋଟି ୪୩ ଲକ୍ଷର ଅତିରିକ୍ତ ବୋଝ ରାଜକୋଷ ଉପରେ ପଡ଼ିଛି। ସେହିପରି ବିଜୁ ଗାଁ ଗାଡ଼ି ଯୋଜନାରେ ଲକ୍ଷ୍ୟ ପୂରଣରେ ସରକାର ବିଫଳ ହୋଇଥିବା ପ୍ରିନ୍ସପଲ ଏଜି କହିଛନ୍ତି।

ସିଏଜି ରିପୋର୍ଟ ଉପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ,ସିଏଜି ରାଜ୍ୟ ସରକାରଙ୍କ ଅନିୟମିତତାକୁ ଉଜାଗର କରିଛନ୍ତି ସରକାରୀ ପାଣ୍ଠିକୁ ଦଳୀୟ ଭିତ୍ତିରେ ଖର୍ଚ୍ଚ କରାଯାଇଛି। ବିଜେପି ବିଧାନସଭା ପବ୍ଲିକ ଆକାଉଣ୍ଟ କମିଟିରେ ଏକଥା ଆଲୋଚନା କରିବ ବୋଲି ପ୍ରଦୀପ୍ତ କହିଛନ୍ତି।

You might also like